Pratidin TV

Odisha's Digital News Platform

ପ୍ରାଣ ନେଇଗଲା ପାଣି , ଏକାସଙ୍ଗେ ପୋଖରୀରେ ବୁଡ଼ିଗଲେ ଭାଇ ଭଉଣୀ …

1 min read

ଏମିତି ଦୁଃଖ ଭଗବାନ କାହାକୁ ନଦିଅନ୍ତୁ । ରଡି ଛାଡି କାନ୍ଦୁଛି ମାଆ…ଧୈର୍ଯ୍ୟହରା ହେଉଛି ବାପା । ଏମିତି ସବୁ ଦୃଶ୍ୟ ଦେଖିବା ପରେ ଆପଣ ବି ଧୈର୍ଯ୍ୟ ଧରି ରହିପାରିବେନି ? ଯେତେବେଳେ  ପୁଅ ଝିଅଦୁହେଁ   ମେଡିକାଲରେ ମରି ପଡିଥିବ ସେତେବେଳେ ବାପା-ମାଆ ରାହା ଧରି କାନ୍ଦିବେ ନାହିଁ ତ କରିବେ କଣ ? ଆଜି ମା କୋଳ ଖାଲି କରି ଝିଅ ପୁଅ ଦୁହେଁ ଅଫେରା ରାଇଜର ଅତିଥି ସାଜିଛନ୍ତି , ଭୋ ଭୋ ହୋଇ ମାଆ କାନ୍ଦୁଛି । ଯୋଉ ଛୁଆ ଙ୍କୁ ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆର ଆଲୋକ ଦେଖାଇଥିଲା…ମଲା ବେଳେ କାନ୍ଧରେ ନେବ ବୋଲି ସ୍ୱପ୍ନ ଦେଖୁଥିଲା ସେହି ପୁଅ ଝିଅ ତା’ ଆଖି ସାମ୍ନାରେ ଆରପାରିକୁ ଚାଲିଯାଇଛନ୍ତି  । ସେତେବେଳେ କୋଉ ମାଆ ବା ଧୈର୍ଯ୍ୟ ଧରିବ ।

ଦଶହରା ବୁଲିବା ପାଇଁ ମାମୁ ଘରକୁ ଆସିଥିଲେ ଭାଇଭଉଣୀ। ପୋଖରୀରେ ବୁଡ଼ି ଚାଲିଗଲା ଉଭୟଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ସୁବାଳ ଗାଁରେ। ମୃତ ଭାଇଭଉଣୀଙ୍କ ବୟସ ୧୨ ଓ ୮ ବର୍ଷ ହୋଇଥିବା ସୂଚନା ରହିଛି।ଆଜି ସକାଳେ ଭାଇଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା କାରଣରୁ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ।ପରିବାର ଲୋକେ ୨ଛୁଆଙ୍କୁ ନ ପାଇ ଚାରିଆଡେ ଖୋଜାଖୋଜି କରିଥିଲେ। ପରେ ପୋଖରୀ କୂଳରେ ଉଭୟଙ୍କ ଜୋତା ପଡ଼ିଥିବା ଦେଖିଥିଲେ। ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ପରିବାର ଲୋକେ। ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ ୨ ଛୁଆଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରି ଦିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଭାଇଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବାପାମା’ ପୁଅଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି।

Advertisement

Leave a Reply

Your email address will not be published. Required fields are marked *