Pratidin TV

Odisha's Digital News Platform

ରତନ ଟାଟାଙ୍କ ଏହି କାମ ବନାଇଥିଲା ଫ୍ୟାନ୍ସ, ଛାତିରେ ଆଙ୍କିଦେଲେ ଟାଟୁ …

1 min read

ଆମେ ସାଧାରଣତ ସେଲିବ୍ରିଟି ବା ବଲଉଡ୍ ହିରୋ ହିରୋଇନ୍‌ଙ୍କ ଫ୍ୟାନ୍ସ ଥିବା ଜାଣିଥିବା କିନ୍ତୁ କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନେ ସେଲିବ୍ରିଟି ନହୋଇ ମଧ୍ୟ ସେମାନଙ୍କ ଫ୍ୟାନ୍ସ ମାନେ ତାଙ୍କ ପାଇଁ ଟାଟୁ ଆଙ୍କିଦେଇଛନ୍ତି । ହଁ ଆମେ କହୁଛୁ ଭାରତର କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟା ବିଷୟରେ । ସେ ଏଭଳି କିଛି କାର୍ଯ୍ୟ କରିଯାଇଛନ୍ତି ଯାହାକୁ ମନେପକାଇ ତାଙ୍କୁ ଫ୍ୟାନ୍ସ ମାନେ ଝୂରୁଛନ୍ତି । ଆଉ ଏମିତି ଜଣେ ଫ୍ୟାନ୍ସ ଯେ ନିଜ ଛାତିରେ ରତନ ଟାଟାଙ୍କ ଟାଟୁ ବନାଇ ତାଙ୍କୁ ଚିର ସ୍ମରଣୀୟ କରିଦେଇଛନ୍ତି । ଏଥିସହ ରତନ ଟାଟାଙ୍କୁ ସେ ବାସ୍ତବ ଜୀବନର ଭଗବାନ ଭାବେ ଆଖ୍ୟା ଦେଇଛନ୍ତି।

ତେବେ ଏହି ଟାଟୁ ବନାଇବା ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଚର୍ଚ୍ଚିତ ଟାଟୁ କଳାକାର ମହେଶ ଚୌହାନ ତାଙ୍କ ଇନଷ୍ଟାଗ୍ରାମରେ ଏହି ଘଟଣା ଭିଡିଓ ଛାଡ଼ିଛନ୍ତି। ନିକଟରେ ତାଙ୍କ ପାଖକୁ ଆସିଥିବା ଜଣେ ବ୍ୟକ୍ତି କେମିତି ରତନ ଟାଟାଙ୍କ ଛବିକୁ ନିଜ ଛାତିରେ ଟାଟୁ ଆକାରେ ସ୍ଥାନ ଦେଇଛନ୍ତି, ସେକଥା ସମସ୍ତଙ୍କକୁ ଜଣାଇଛନ୍ତି।

Advertisement

ଘଟଣାଟି ଏମିତି ଥିଲା କି ନିଜ ଛାତିରେ ରତନ ଟାଟାଙ୍କୁ ଆଙ୍କିଥିବା ବ୍ୟକ୍ତିଙ୍କ ଜଣେ ସାଙ୍ଗ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ସେ ସାଙ୍ଗକୁ ଭଲ କରିବା ପାଇଁ ପ୍ରାଣ ପ୍ରଣେ ଲାଗିପଡିଥିଲେ । ହେଲେ ବଡ଼ ହସ୍ପିଟାଲରେ ହେଉଥିବା ଖର୍ଚ୍ଚ ଚିକିତ୍ସାରେ ବାଧକ ସାଜିଥିଲା। ଏହି ସମୟରେ ସେ ଟାଟା ଟ୍ରଷ୍ଟ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଟାଟା ଟ୍ରେଷ୍ଟ ଏ ସମ୍ପର୍କରେ ଜାଣିବା ପରେ ତାଙ୍କ ବନ୍ଧୁକ ଚିକିତ୍ସା ମାଗଣାରେ ଆରମ୍ଭ ହୋଇଥିଲା। ଆଉ ତାଙ୍କ ସାଙ୍ଗ ଏକ ନୂଆ ଜୀବନ ପାଇଥିଲେ । ଏହି ଘଟଣା ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା । ଆଉ ଏହାପରେ ସେ ରତନ ଟାଟାଙ୍କୁ ଲାଇଫ ଗଡର ଆଖ୍ୟା ଦେଇଥିଲେ ।

Leave a Reply

Your email address will not be published. Required fields are marked *