Pratidin TV

Odisha's Digital News Platform

ହରିୟାଣାରେ ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂହ ସୈନି; ପରେ ଶକ୍ତି ପ୍ରଦର୍ଶନ କରିବ NDA

1 min read

ଆଜି ହରିୟାଣାରେ ଗଠନ ହେବ ନୂଆ ସରକାର। ନାଏବ ସିଂହ ସୈନି ୨ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସୈନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ଅଛି। ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ |

ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେବେ। ସେହିପରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ସୈନିଙ୍କ ଶପଥ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୈନୀଙ୍କ ନେତୃତ୍ବରେ ଏଥର ହରିୟାଣା ନିର୍ବାଚନ ଲଢିଥିଲା ଭାରତୀୟ ଜନତା ପାର୍ଟି। ଆଉ ଦଳ ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଲଗାତାର ତୃତୀୟ ଥର ଲାଗି କ୍ଷମତାକୁ ଫେରିଥିଲା।

Advertisement

ସୈନିଙ୍କ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୧୪ ଜଣ ମନ୍ତ୍ରୀ ରହିବେ। ସୂଚନା ମିଳିଛି ଯେ, ଏଥି ମଧ୍ୟରୁ ୧୧ ଜଣ ନୂଆ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଛି। ତା ଛଡ଼ା ଜାତି ଗତ ସମୀକରଣ ମଧ୍ୟ ଦେଖିବାକୁ ପଡ଼ିବ। ପ୍ରବଳ ସରକାର ବିରୋଧୀ ହାୱା ସତ୍ତ୍ଵେ ଓ ଏକଜିଟ୍ ପୋଲରେ ବିଜେପିର ନିଶ୍ଚିତ ପରାଜୟର ପୂର୍ବାନୁମାନ ସତ୍ତ୍ଵେ କ୍ଷମତାକୁ ପୁୁଣି ଫେରିଛି ବିଜେପି। ୯୦ ଆସନରୁ ୪୮ଟି ଜିତି ଲଗାତର ତୃତୀୟ ଥର ପାଇଁ ଶାସନ କ୍ଷମତା ଅକ୍ତିଆର କରିଛି, ଯାହାକି ପୂର୍ବରୁ କେବେ ହୋଇନଥିଲା। କଂଗ୍ରେସକୁ ୩୭ଟି ଆସନ ମିଳିଛି।

ସେପଟେ, ଆଜି ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ପରେ ପରେ ଶକ୍ତି ପ୍ରଦର୍ଶନ କରିବ ବିଜେପି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତାମାନଙ୍କୁ ନେଇ ଦଳ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିଜେପି ନେତୃତ୍ୱାଧୀନ NDAର ସଦସ୍ୟ ଦଳର ମୁଖିଆମାନେ ମଧ୍ୟ ଯୋଗଦେବେ।

Leave a Reply

Your email address will not be published. Required fields are marked *