Pratidin TV

Odisha's Digital News Platform

କାମୁଡି ଦେଲା ବିଷଧର ସାପ , ବେକରେ ଗୁଡାଇ ହସ୍ପିଟାଲରେ ପହଞ୍ଚିଲେ ପୀଡିତ….

1 min read

ବିଷାକ୍ତ ସାପକୁ ବେକରେ ଗୁଡାଇ ହସ୍ପିଟାଲରେ ପହଞ୍ଚିଲେ ବ୍ୟକ୍ତି । ଯାହାକୁ ଦେଖି ଭୟରେ ୟାଡେ ସିଆଡେ ଦୌଡିଲେ ହସ୍ପିଟାଲ କତ୍ତୃପକ୍ଷ ଆଉ ଅନ୍ୟନ ରୋଗୀ । ଆଜ୍ଞା ହଁ ଏକଥା ଆମେ କହୁନାହୁଁ ବରଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି ଯାହା କହୁଛି । ବିହାରର ଜଣେ ବ୍ୟକ୍ତି ଏପରି ହରକତ କରିଛନ୍ତି, ଯାହା ସମସ୍ତଙ୍କୁ ଥରହର କରିଦେଇଛି।

ଦୁନିଆର ସବୁଠୁ ବିଷାକ୍ତ ସାପ ନ୍ଦନ ମନ୍ଦନ ବୁଢା ଚୋଟ ମାରିବା ପରେ ତାକୁ ବେକରେ ଗୁଡ଼ାଇ ଡାକ୍ତରଖାନାରେ ପହଞ୍ଚିଥିଲେ ବ୍ୟକ୍ତି ଜଣକ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କ ଯନ୍ତ୍ରଣା ଏତେ ବଢିଯାଇଥିଲା ଯେ ସେ ତୁରନ୍ତ ସାପଟିର ମୁଣ୍ଡକୁ ଚାପିଧରି ନିଜେ ଚଟାଣ ଉପରେ ସାପ ସହ ଶୋଇଯାଇଥିଲେ ।

ସୂଚନା ଅନୁସାରେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ବିହାରର ପ୍ରଜାଶ ମଣ୍ଡଳ । ସେ କିଛି କାମ କରୁ ଥିବାବେଳେ ତାଙ୍କୁ ସାପଟି କାମୁଡ଼ି ଦେଇଥିଲା। ଏହାପରେ ସେ ସାପକୁ ଧରି ନିଜେ ହସ୍ପିଟାଲରେ ପହଞ୍ଚିଯାଇଥିଲେ ।

Leave a Reply

Your email address will not be published. Required fields are marked *