Pratidin TV

Odisha's Digital News Platform

ଲରେନ୍ସ ବିଷ୍ଣୋଇ, ହୋଇଥାନ୍ତେ IPS ହେଲେ ହେଇଗଲେ ଗ୍ୟାଙ୍ଗଷ୍ଟର

1 min read

କନେଷ୍ଟବଳଙ୍କ ପୁଅ କୁଖ୍ୟାତ ଗ୍ୟାଙ୍ଗଷ୍ଟାର, ଅପରାଧର ବାଦଶାହ | ହୋଇଥାନ୍ତେ ଓକିଲ କଲେ ଗ୍ୟାଙ୍ଗ ୱାର | IPS ହେବାକୁ ଚାହୁଁଥିଲେ, ବାପା-ମା ଚାହିଁଛନ୍ତି ଫେରିବା ବାଟକୁ | ଅହମଦାବାଦର ସବରାମତି ସେଣ୍ଟ୍ରାଲ ଜେଲରେ ବନ୍ଦୀ ଆସିଛନ୍ତି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ | ଯାହାଙ୍କ ଫେରିବା ବାଟକୁ ଅପେକ୍ଷା କରିଛନ୍ତି ମା କି ସେହି ଅପରାଧ ଦୁନିଆରୁ ଫେରି ପୁଅ ଗଢ଼ିବ ନିଜ ଭବିଷ୍ୟତ | ବାପା ଥିଲେ କନେଷ୍ଟେବଳ | ସ୍ବପ୍ନ ଦେଖିଥିଲେ ପୁଅ ହେବ IPS ଅଫିସର | କିନ୍ତୁ ପୁଅ ଗଢିଲା ଅପରାଧର ସାମ୍ରାଜ୍ୟ | ଲରେନ୍ସ ବିଷ୍ଣୋଇଙ୍କ ବାପା ଲଖବୀର ସିଂ ବିଷ୍ଣୋଇ | ହରିୟାଣା ପୋଲିସରେ ୫ ବର୍ଷ କନେଷ୍ଟବଳ ଚାକିରୀ କରିଥିଲେ | କିନ୍ତୁ ପରେ ଚାକିରୀ ଚଡି ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ମନ କରିଥିଲେ |

୧୯୯୩ ମସିହା ଫେବୃଆରୀ ୧୨ ତାରିଖରେ ପଞ୍ଜାବର ଭୋଜପୁର ଗାଁରେ ଜନ୍ମ ହୋଇଥିବା ପୁଅର ହସ ହସ ମୁହଁ ଦେଖି ବାପା-ମା ନାଁ ରଖିଥିଲେ ଲରେନ୍ସ ବିଷ୍ଣୋଇ | ଗାଁରେ ଦ୍ୱାଦଶ ଯାଏଁ ପାଠ ପଢି ଉଚ୍ଚ ଶିକ୍ଷା ପାଇଁ ଚଣ୍ଡୀଗଡ଼ ଓ ୨0୧୧ ରୁ ୨0୧୨ ମସିହା ପଞ୍ଜାବ ୟୁନିଭର୍ସିଟିରେ ଓକିଲାତି ପାଠ ପଢିଥିଲେ ଲରେନ୍ସ ବିଷ୍ଣୋଇ| ପୁଅକୁ IPS ଅଧିକାରୀ ଭବେ ଦେଖିବାକୁ ଇଚ୍ଛା ଥିଲେ ମଧ୍ୟ ପୁଅର ଇଚ୍ଛା ଥିଲା କିଛୁହି ଅଲଗା | ୟୁନିଭର୍ସିଟିରେ ଚାଟ ସଂଗଠନ ତିଆରି କରିବା ସହ ତାର ଅଧକ୍ଷ ମଧ୍ୟ ଥିଲେ କିନ୍ତୁ ପରେ ପରାଜୟର କଷ୍ଟକୁ ସହି ପାରିଲେନି ଶେଷରେ ବନ୍ଧୁକ ଧରିଲେ | ବିଜୟ ଟିମ ସହ ସମ୍ନାସାମ୍ନି ବେଳେ ତାଙ୍କର ଭେଟ ଗୋଲଡି ବାର ସହ ହୋଇଥିଲା | ଗୋଲଡିଙ୍କ ସହ ମିଶିବା ପରେ ଲରେନ୍ସ ଅପରାଧ ଦୁନିୟାରେ ରଖିଥିଲେ ପାଦ ଆଉ ମୁଲି ଯାଇଥିଲା ବାପାଙ୍କ ସ୍ବପ୍ନ | ୨0୧0ରୁ ହତ୍ୟା , ଜମି ଜବର ଦାଖଲ, ମଦ, ତସ୍କର, ଡକାୟତି କମରେ ଲିପ୍ତ ଥିଲେ ଲରେନ୍ସ ବିଷ୍ଣୋଇ | ତାଙ୍କ ବିରୋଧରେ ଚଣ୍ଡିଗଡ଼ରେ ୭ଟି ଏଫଆଇଆର ରୁଜୁ ହୋଇଥିଲା |ଡିରେ ଧୀରେ ନିଜର ସାମ୍ରାଜ୍ୟ ଛିଡା କରିବା ପାଇଁ ଲରେନ୍ସ ବିଷ୍ଣୋଇ ଅନେକ ସୁଟରଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ କଲେ |

Advertisement

ପଞ୍ଜାବ ହରିୟାଣା ରାଜସ୍ଥାନ, ହିମାଚଳ ପ୍ରଦେଶ, ଦିଲ୍ଲୀ, ସ୍ଥାନରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଦବଦବା ରହିଲା | ଯେଉଁଥିରେ ୭00 ରଫୁ ଅଧିକ ସୁଟର ରହିଥିବା ଜଣାପଡିଛି | କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଲରେନ୍ସ ବିଷ୍ଣୋଇଙ୍କ ଲମ୍ବିଚି ଗ୍ୟାଙ୍ଗ | ତେବେ ମା ମମତା ବିଷ୍ଣୋଇ ପୁରା ଅପରାଧ ଛାଡି ଘରକୁ ଫେରିଯିବା ପାଇଁ ଆଶା ରଖିଛନ୍ତି | ଅନ୍ୟପଟେ ପୁଅ ୫0ରୁ ଅଧିକ ମାମଲାରେ ଫସି ହୋଇ ଅହମଦାବାଦର ସାବରମତୀ ସେଣ୍ଟ୍ରାଲ ଜେଲରେ ବନ୍ଦୀ ହୋଇ ଅଛନ୍ତି | ତେବେ ସବୁଠୁ ବଡ ଖବର ହେଉଛି ୨0୧୮ ମସିହାରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ହତ୍ୟା ଷାଡ଼ଯନ୍ତ୍ର ରଚିବାର ଅଭିଯୋଗ ରହିଛି ଲରେନ୍ସ ବିଷ୍ଣୋଇଙ୍କ ମୁଣ୍ଡରେ | ସେହିପରି ୨0୨୨ ମେ ୨୯ ତାରିଖରେ ପଞ୍ଜାବର ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିନ୍ଧୁ ମୁସେୱାଲାଙ୍କ ହତ୍ୟାର ଅଭିଯୋଗ ରହିଛି | ସେହିପରି ୨0୨୩ ଡିସେମ୍ବର ୫ ରେ ସୁଗଦିପ ସିଂଙ୍କୁ ମଧ୍ୟ ହତ୍ୟାର ଅଭିଯୋଗ ରହିଥିବା ବେଳେ ଏବେ ଧୀରେ ଧୀରେ ବଢ଼ିବାରେ ଓଳଗିଛି ହତ୍ୟାର ଲିଷ୍ଟ |

Leave a Reply

Your email address will not be published. Required fields are marked *