Pratidin TV

Odisha's Digital News Platform

ଧରାପଡିଲା ମାଷ୍ଟର ମାଇଣ୍ଡ ନାବାଳକ , ୧୨ ବିମାନକୁ ବୋମାରେ ଉଡାଇଦେବାକୁ କହି ଦୋହଲାଇ ଦେଇଥିଲା ପୁରା ଦେଶ ।

1 min read

୧୨ ବିମାନକୁ ବୋମା ଧମକ ଦେଇ ପୂରା ଦେଶକୁ ଦୋହଲାଇ ଦେଇଥିବା ମାଷ୍ଟର ମାଇଣ୍ଡ ନାବାଳକକକୁ ଧରିଛି ପୋଲିସ । ଛାତିଶଗଡରୁ ଏହି ମାଷ୍ଟର ମାଇଣ୍ଡକୁ ଧରିଛି ପୋଲିସ । ନିଜ ସାଙ୍ଗକୁ ମଜା ଚଖାଇବା ବା ଫସାଇବା ପାଇଁ ଯୋଜନା କରି ଏଭଳି ଘଟଣା ଘଟାଇଥିଲା ରାଜନନ୍ଦଗାଓଁର ୧୭ ବର୍ଷ ନାବାଳକ ।

ପୋଲିସ କହିବା ଅନୁଯାୟୀ ନିଜ ସାଙ୍ଗକୁ ଫସାଇବା ପାଇଁ ଏପରି ଷଡ଼ଯନ୍ତ୍ର ରଚିଥିଲା ନାବାଳକ । ଏଥିପାଇଁ ସେ ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଧମକ ଦେବାରେ ଲାଗିଥିଲା ।

Advertisement

ନାବାଳକ ଜଣକ ଏକ୍ସରେ ନିଜ ସାଙ୍ଗ ନାଁରେ ଗୋଟିଏ ଆକାଉଣ୍ଟ ଖୋଲିଥିଲା। ଏହାପରେ ବୋମା ଧମକ ଏହି ଆକାଉଣ୍ଟରେ ପୋଷ୍ଟ କରିଥିଲା। ସାଙ୍ଗ ସହ ବିବାଦ ସୃଷ୍ଟି ହୋଇଥିବାରୁ ତା’କୁ ଫସାଇବା ପାଇଁ ସେ ଏପରି କରିଥିଲା। ବାରମ୍ବାର ବୋମା ଧମକ ମିଳିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଧମକ ଘଟଣାରେ ଦିଲ୍ଲୀ ପୁଲିସ ମଧ୍ୟ ୬ଟି ମାମଲା ରୁଜୁ କରିଥିଲା। ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍ ମିଳିଥିଲା। ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ଓ ଦିଲ୍ଲୀ-ବେଙ୍ଗାଲୁରୁ ଆକାଶ ଏୟାର୍ ପ୍ଲେନ୍ କୁ ଧମକ ମିଳିଥିଲା। ବୋମା ଥିବା ସୂଚନା ପରେ ଇଣ୍ଡିଗୋ ବିମାନ ଅହମଦାବାଦ ଓ ଆକାଶ ବିମାନ ଦିଲ୍ଲୀ ଫେରିଥିଲା। ଗତ ୪୮ ଘଣ୍ଟା ମଧ୍ୟରେ ମୋଟ ୧୨ଟି ବିମାନକୁ ଏମିତି ଧମକପୂର୍ଣ୍ଣ କଲ ଆସିଥିଲା

Leave a Reply

Your email address will not be published. Required fields are marked *