Pratidin TV

Odisha's Digital News Platform

ବିହାରରେ ବିଷାକ୍ତ ମଦ ନେଇଗଲା ୨୮ ଜଣଙ୍କ ଜୀବନ…

1 min read

ବିହାରରେ ପୁଣି ହାହାକାର ସୃଷ୍ଟି କରିଛି ବିଷାକ୍ତ ମଦ । ବିଷାକ୍ତ ମଦ ପିଇ ଚାଲିଯାଇଛି ୨୮ ଜଣଙ୍କ ଜୀବନ । ବିଷାକ୍ତ ମଦ ପିଇ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଅସୁସ୍ଥ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ମୃତକମାନେ ସିୱାନ ଏବଂ ଛପରା ଜିଲ୍ଲାର ବୋଲି ସୂଚନା ରହିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସିୱାନ ଏବଂ ଛପରା ଜିଲ୍ଲାରେ ୨୮ ଜଣଙ୍କ ମୃତ୍ୟୁ ବିଷାକ୍ତ ମଦ ପିଇବା ଦ୍ୱାରା ହୋଇଛି ।

ସେହିପରି ଅନେକ ଲୋକ ଅସୁସ୍ଥ ହୋଇପଡିଛନ୍ତି ଯେଉଁମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେବେ ଏହା ପୂର୍ବରୁ ମଧ୍ୟ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଯେଉଁଥିପାଇଁ ୨୦୧୬ରେ ତତ୍କାଳୀନ ସରକାର ରାଜ୍ୟରେ ମଦ ବିକ୍ରି ଉପରେ ରୋକ୍ ଲାଗାଇଥିଲେ । ଅନ୍ୟପଟେ ଏହି ଘଟଣାକୁ ନେଇ ବର୍ତ୍ତମାନ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି । ବିରୋଧି ଦଳ ଆରଜେଡି ଶାସକ ଜେଡିୟୁ ସରକାରଙ୍କ ଉପରେ ବର୍ଷିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *