Pratidin TV

Odisha's Digital News Platform

୮୪ ଲକ୍ଷ ହ୍ବାଟସଆପ୍ ଆକାଉଣ୍ଟ ବ୍ୟାନ ,ଜାଣନ୍ତୁ କାରଣ..

1 min read

ସାବଧାନ୍ ରୁହନ୍ତୁ ହ୍ବାଟସଆପ୍ ବ୍ୟବହାରକାରୀ । କାରଣ କୌଣସି ମୁହୁର୍ତ୍ତରେ ଆପଣଙ୍କ ଆକାଉଣ୍ଟ ବ୍ୟାନ ହୋଇଯାଇ ପାରେ । ଆପଣଙ୍କ ଆକାଉଣ୍ଟକୁ ସଂପୂର୍ଣ୍ଣ ଅଚଳ କରି ଦେଇପାରେ ହ୍ବାଟସଆପ୍ । କାରଣ ଚଳିତ ବର୍ଷ ଅଗଷ୍ଟ ମାସରେ ଏହା ପ୍ରାୟ ୮୪ ଲକ୍ଷ ରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ କରିଛି ।

ତେବେ ଏତେ ସଂଖ୍ୟକ ଆକାଉଣ୍ଟକୁ କାହିଁକି ପ୍ରତିମାସରେ ବ୍ୟାନ କରୁଛି ହ୍ୱାଟସଆପ୍‌?ହ୍ୱାଟସଆପ୍‌ କହିଛି ଯେ ଏହି ମେସେଜିଂ ଆପ୍‌କୁ ବ୍ୟବହାର କରୁଥିବା ବିଭିନ୍ନ ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତି କରି ବ୍ୟାନ ନିଷ୍ପତ୍ତି ନିଆଯାଇଛି। ଏହାର ଅର୍ଥ ନୁହେଁ ଯେ ଆକାଉଣ୍ଟ ହୋଲ୍ଡରଙ୍କୁ କମ୍ପାନୀ ଅଭିଯୋଗ ପାଇବା ମାତ୍ରେ ବ୍ୟାନ ନୋଟିସ ପଠାଇ ଦେଉଛି। ଅଭିଯୋଗ ପାଇବା ପରେ ଅଭିଯୁକ୍ତ ଆକାଉଣ୍ଟକୁ ଭଲ ଭାବେ ଯାଞ୍ଚ କରାଯାଏ।ବିଶେଷଜ୍ଞ ଟିମ୍‌ ଏହାର ଯାଞ୍ଚ କରିବା ସହ ଅଭିଯୋଗର ସତ୍ୟାସତ୍ୟ ବିଷୟରେ ରିପୋର୍ଟ ଦିଅନ୍ତି। ଏହାପରେ ବ୍ୟାନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଏ। ଅଭଦ୍ର ଟିପ୍ପଣୀ ସହ କ୍ଷତି ପହଞ୍ଚାଇବା ପାଇଁ ବ୍ୟବହାର କରାଯାଉଥିବା ୮୪ ଲକ୍ଷଆକାଉଣ୍ଟକୁ ଭାରତରେ ବ୍ୟାନ କରାଯାଇଛି। ଭାରତରେ ପ୍ରଚଳିତ ଥିବା ଆଇନ ଓ ହ୍ୱାଟସଆପ୍‌ର ସର୍ତ୍ତ ମୂଳକ ସେବା ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Advertisement

ହ୍ବାଟସଆପ୍ ର ରିପୋର୍ଟ ଅନୁଯାୟୀ ଅଗଷ୍ଟ ମାସରେ କମ୍ପାନୀ ୮୪.୫୮ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ଏଥିମଧ୍ୟରୁ ୧,୬୬୧,୦୦୦ ଖାତା ବିନା ଅଭିଯୋଗ ଉପରେ ବ୍ୟାନ୍ କରାଯାଇଛି । ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିରେ, ନୀତି ଉଲ୍ଲଂଘନ କରୁଥିବା ଏବଂ ବେଆଇନ କାର୍ଯ୍ୟକଳାପରେ ଜଡିତ ଥିବା ଆକାଉଣ୍ଟଗୁଡିକ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି ।

Leave a Reply

Your email address will not be published. Required fields are marked *