Pratidin TV

Odisha's Digital News Platform

ଅକ୍ଟୋବରରେ ବାତ୍ୟା ଡର; ମାଡ଼ି ଆସୁଛି ଆଉ ଏକ ଲଘୁଚାପ..

1 min read

ପୁଣି ଅକ୍ଟୋବରରେ ଡରାଇପାରେ ବାତ୍ୟା। ଅକ୍ଟୋବର ୨୨ ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ବିଭିନ୍ନ ପାଣିପାଗ ସଂସ୍ଥା ଆକଳନ କରୁଛନ୍ତି।କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ଲଘୁଚାପ। ପରବର୍ତ୍ତୀ ସମୟରେ ଲଘୁଚାପଟି ଅଧିକ ଘନୀଭୂତ ହେବା ସମ୍ଭାବନା। ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା। ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଓଡ଼ିଶା ଉପରେ ଏହାର ପ୍ରଭାବ ନଥିବାରୁ ରାଜ୍ୟରେ ପାଗ ଶୁଖିଲା ରହିଛି। ତେବେ ଆସନ୍ତା ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରସ୍ଥ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି ।କିନ୍ତୁ ଲଘୁଚାପର ସମ୍ଭାବନାରେ କୌଣସି ସତର୍କ ସୂଚନା ଏବେ ସୁଦ୍ଧା ଦିଆଯାଇନଥିବାବେଳେ ପାଣିପାଗ ବିଭାଗ ଏହାର ପ୍ରକ୍ରିୟା ଉପରେ ନଜର ରଖିଛି । ଲଘୁଚାପ ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ” ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।

Advertisement

Leave a Reply

Your email address will not be published. Required fields are marked *