Pratidin TV

Odisha's Digital News Platform

ଭାରତରେ ହେବ ବିଶ୍ୱର ସବୁଠୁ ବଡ଼ ରେଳ-ରୋଡ୍ ବ୍ରିଜ୍, ଖର୍ଚ୍ଚ ହେବ ୨ ହଜାର ୬୪୨ କୋଟି, ପ୍ରଧାନମନ୍ତ୍ରୀ ଦେଲେ ମଞ୍ଜୁରୀ

1 min read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ତଥା ଧାର୍ମିକ ସହର କାଶୀରେ ମଲ୍ଟି ଟ୍ରାକିଂ ପ୍ରକଳ୍ପ ନିର୍ମାଣ ପାଇଁ ବୁଧବାର ଅନୁମୋଦନ ଦିଆଯାଇଛି। ଗଙ୍ଗା ନଦୀ ଉପରେ ହେବ ବିଶ୍ୱର ସବୁଠୁ ବଡ଼ ରେଳ-ରୋଡ୍ ବ୍ରିଜ୍ । ଏଥିପାଇଁ ଖର୍ଚ୍ଚ ହେବ ମୋଟ୍ ୨ ହଜାର ୬୪୨ କୋଟି ଟଙ୍କା। ଗତ ୧୬ ଅକ୍ଟୋବରରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ତେବେ ଏହି ପ୍ରକଳ୍ପ ଟି ଉତ୍ତରପ୍ରଦେଶର ବାରଣାସୀ ଓ ଚାନ୍ଦୌଲି ଜିଲ୍ଲା ଦେଇ ଗତି କରିବ। ୨ ଥାକ ବିଶିଷ୍ଟ ଏହି ବ୍ରିଜରେ ମୋଟ ୧୦ଟି ଲେନ୍ ରହିବ। ବ୍ରିଜ ଉପରେ ଅନ୍ୟାନ୍ୟ ଯାନବାହନ ଚଳାଚଳ ପାଇଁ ୬ଟି ରାସ୍ତା ରହିବା ସହ ତଳେ ୪ଟି ଟ୍ରେନ୍ ଲାଇନ୍ ରହିବ। ତେବେ ଏଥିରେ ମୋଟ ୨ ହଜାର ୬୪୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ରହିଛି ।

Advertisement

ଏହି ପ୍ରକଳ୍ପ ହେଉଛି ପିଏମ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଏକ ଅଂଶ । ଯାହା ଲୋକ ଏବଂ ସାମଗ୍ରୀର ନିରବଚ୍ଛିନ୍ନ ଗତିବିଧି ନିଶ୍ଚିତ କରିବ। ଏହି ପ୍ରକଳ୍ପ ଅଧୀନରେ ଗଙ୍ଗା ନଦୀ ଉପରେ ଏକ ନୂତନ ରେଳ- ତଥା-ସଡକ ପୋଲ ଓ ବାରାଣାସୀ ଏବଂ ଡିଡିୟୁ ଜଙ୍କସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍‍ ନିର୍ମାଣ ହେବ। ଏହି ପ୍ରକଳ୍ପ ଅଞ୍ଚଳରେ ସମସ୍ୟାକୁ ହ୍ରାସ କରିବା ସହ ଭିତ୍ତିଭୂମି ଆଧୁନିକୀକରଣ କରିବାରେ ଏବଂ ସ୍ଥାନୀୟ ବାସିନ୍ଦା ତଥା ବ୍ୟବସାୟ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *