Pratidin TV

Odisha's Digital News Platform

ଧନତେରସ ପୂର୍ବରୁ ସୁନା ଦର ଆକାଶଛୁଆଁ, ସର୍ବକାଳୀନ ରେକର୍ଡ ଭାଙ୍ଗିଲା

1 min read

ସମସ୍ତ ରେକର୍ଡ ଭାଙ୍ଗି ସର୍ବକାଳୀନ ରେକର୍ଡ କଲା ସୁନା ଦର । କ୍ରମାଗତ ଅଳଙ୍କାର କ୍ରୟ ହେତୁ ଦିଲ୍ଲୀର ବଜାରରେ ସୁନା ମୂଲ୍ୟ ବୁଧବାର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କା ମୂଲ୍ୟରେ ପହଞ୍ଚିଛି । ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ ପିଛା ୭୮,୬୫୦ ଟଙ୍କାରେ ରହିଥିଲା । ଆଜି ସୁନା ଦର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କାରେ ପହଞ୍ଚିଛି ।

୨୪ କ୍ୟାରେଟ୍ ସୁନା ହାର କେତେ?

Advertisement

୨୪ କ୍ୟାରେଟ୍ ସୁନା ୨୫୦ ଟଙ୍କାକୁ ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୭୮,୫୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି । ଏହାର ପୂର୍ବ ମୂଲ୍ୟ ୧୦ ଗ୍ରାମ ପିଛା ୭୮,୨୫୦ ଟଙ୍କା ଥିଲା ।

ରୁପା ଦରରେ ମଧ୍ୟ ବୃଦ୍ଧି

ରୁପା ଦର ୧ ହଜାର ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ଏବ ୯୩,୫୦୦ ଟଙ୍କାରେ ପହଞ୍ଚିଥିବାବେଳେ, ମଙ୍ଗଳବାର ଦିନ ଏହା କିଲୋଗ୍ରାମରେ ୯୨,୫୦୦ ଟଙ୍କାରେ ପହଞ୍ଚିଥିଲା । ତେବେ ଶିଳ୍ପ ୟୁନିଟ୍ ଏବଂ ରୂପା ମୁଦ୍ରା ନିର୍ମାତାମାନଙ୍କ ଦ୍ୱାରା ନୂତନ କ୍ରୟ ହେତୁ ରୂପା ର ଚମକ ମଧ୍ୟ ବୃଦ୍ଧି ପାଉଛି ।

Leave a Reply

Your email address will not be published. Required fields are marked *