Pratidin TV

Odisha's Digital News Platform

ସଲମାନ ଖାନଙ୍କୁ ପୁଣି ଧମକ; ବାବା ସିଦ୍ଦିକିଙ୍କ ଅବସ୍ଥାଠାରୁ ଆହୁରି ଖରାପ ହେବ ଅବସ୍ଥା

1 min read

ଅଭିନେତା ସଲମାନ ଖାନଙ୍କୁ ପୁଣି ମିଳିଲା ଧମକ । ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି ଟଙ୍କା ଦାବି କରିଛନ୍ତି ଦୁର୍ବୁତ୍ତ । ମେସେଜରେ ଲେଖାଯାଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ଠାରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ସଲମାନ ୫ କୋଟି ଟଙ୍କା ଦିଅନ୍ତୁ। ନଚେତ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି ଧମକପୂର୍ଣ୍ଣ ମେସେଜ ପାଇବା ପରେ ମୁମ୍ବାଇ ପୋଲିସ ତନାଘନା ଆରମ୍ଭ କରିଛି।

ସୂଚନା ଅନୁସାରେ, ମୁମ୍ବାଇ ଟ୍ରାଫିକ ପୋଲିସର ହ୍ଵାଟସଆପ୍ ନମ୍ବରକୁ ଏକ ଧମକପୂର୍ଣ୍ଣ ମେସେଜ ଆସିଛି ଯେଉଁଥିରେ ଲରେନ୍ସ ବିଷ୍ଣୋଇ ସହ ଦୀର୍ଘ ଦିନର ଶତ୍ରୁତାକୁ ଶେଷ କରିବାକୁ ଅଭିନେତା ସଲମାନ ଖାନଙ୍କ ଠାରୁ ୫ କୋଟି ଟଙ୍କା ଦାବି କରାଯାଇଛି। ଦୁର୍ବୃତ୍ତ ଜଣଙ୍କ ଆହୁରି ମଧ୍ୟ ଲେଖିଛି ଯେ, ଏହି ମେସେଜକୁ ହାଲୁକାରେ ନିଅ ନାହିଁ । ଯଦି ସଲମାନ ଖାନ ଜୀବିତ ରହିବାକୁ ଚାହାଁନ୍ତି ତେବେ ତାଙ୍କୁ ଲରେନ୍ସ ବିଷ୍ଣୋଇ ସହ ଶତ୍ରୁତା ଶେଷ କରିବାକୁ ପଡିବ । ଯଦି ଏହି ସତୃତାକୁ ଶେଷ କରିବାକୁ ଚାହୁଁଛ ତେବେ ୫ କୋଟି ଟଙ୍କା ଦିଅ ନଚେତ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅବସ୍ଥାଠାରୁ ଆହୁରି ଖରାପ ହେବ । ସେପଟେ ମେସେଜ ମିଳିବା ପରେ ମୁମ୍ବାଇ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisement

ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଧମକ ମିଳିଛି। ପରେ ମହାରାଷ୍ଟ୍ରର ନଭି ମୁମ୍ବାଇ ପୋଲିସ ସଲମାନଙ୍କ ଫାର୍ମ ହାଉସର ରେକି କରିଥିବା ଶୁଟରଙ୍କୁ ଗିରଫ କରିଛି। ହରିୟାଣାର ପାନିପତରୁ ଶୁଟର ସୁକ୍‌ଖାଙ୍କୁ ପୋଲିସ ଧରିଛି। ମୁମ୍ବାଇ ଅଣାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ତେବେ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପୋଲିସ ଜାଣିବାକୁ ପାଇଛି।

ତେବେ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ସଲମାନଙ୍କ ଘରେ ଗୁଳିଚଳାଇବା ଦାୟିତ୍ୱ ଦେଇଥିଲା। ତାଙ୍କ ଦଳର କିଛି ସଦସ୍ୟ ଗିରଫ ହୋଇଥିଲେ କିନ୍ତୁ ସୁକ୍‌ଖା ଫେରାର ଥିଲେ। ସୁକ୍‌ଖାଙ୍କୁ ଗିରଫ କରିବା ଲାଗି ପୋଲିସ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟାରେ ପାନିପତରେ ପହଞ୍ଚିଥିଲା। ସେଠାର ଅଭିନନ୍ଦନ ହୋଟେଲର ରୁମ୍‌ ନଂ ୧୦୪ରୁ ତାଙ୍କୁ ଗିରଫ କରାଯାଇଥିଲା। ସେ ନିଜର ବେଶ ବଦଳାଇ ସେଠାରେ ଲୁଚିଥିଲେ। ସେ ପାନିପତର ରେରକଲା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଏବେ ବାବା ସିଦ୍ଧକିଙ୍କ ହତ୍ୟାର ଯାଞ୍ଚ କରୁଥିବା ବେଳେ ପୋଲିସକୁ ବଡ଼ ସଫଳତା ମିଳିଛି।

ଏନସିପି ନେତା ତଥା ପୂର୍ବ ମହାରାଷ୍ଟ୍ର ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା କରାଯାଇଛି । ଯାହାକୁ ନେଇ ଏବେ ବଢିଛି ସଲମାନଙ୍କ ଅଡୁଆ । ଏଥିପାଇଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆଗ ଅପେକ୍ଷା ବୃଦ୍ଧି କରାଯାଇଛି । ତାଙ୍କ ଫାର୍ମ ହାଉସକୁ କଡା ସୁରକ୍ଷା ପ୍ରଦାନ କରାଯାଇଛି | ସଲମାନ ଖାନ ଓ ତାଙ୍କର କିଛି ପରିବାର ସଦସ୍ୟଙ୍କୁ ପୂର୍ବର ମଧ୍ୟ ଧମକ ମିଳିଥିଲା । କୁଖ୍ୟାତ ଲରେନ୍ସ ବିଷ୍ନୋଇ ଗାଙ୍ଗ ତରଫରୁ ଏମିତି କରାଯାଉଛି ବୋଲି ନିଜେ ମାନିଥିଲା ଗ୍ୟାଙ୍ଗ |

Leave a Reply

Your email address will not be published. Required fields are marked *