Pratidin TV

Odisha's Digital News Platform

କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ଅଭିଯୋଗ

1 min read

ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ରାଜଧାନୀ କରାଯାଇଛି ଅସଦାଚରଣ । ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା । କଳିଙ୍ଗ ଷ୍ଟାଡିୟମ୍ ଛକରେ ଗାଡ଼ି ୟୂଟର୍ନ କରିବାକୁ ନେଇ ୨ ମଦ୍ୟପ ଓ ଡିଆଇଜି ଙ୍କ ମଧ୍ୟରେ ହୋଇଥିଲା ବଚସା । ଉଭୟ ମଦ୍ୟପଙ୍କ ମଧ୍ୟରୁ ଜଣେ ଡିପ୍ଲୋମା ଛାତ୍ର ଆଉ ଜଣେ ଚାକିରି କରିଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ତେବେ ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ ଦାସ ଓ ତାଙ୍କ ପତ୍ନୀ କଳିଙ୍ଗ ଷ୍ଟାଡିୟମ୍ ଛକରେ କାର ୟୂଟର୍ଣ କରୁଥିବା ବେଳେ ଟ୍ରାଫିକ ରେ ଦୁଇ ଜଣ ଯୁବକ ତାଙ୍କ ଗାଡ଼ି କୁ ଅବରୋଧ କରିଥିଲେ । ଏହାକୁ ଡିଆଇଜି ବିରୋଧ କରିବାରୁ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦୁଇ ମଦ୍ୟପ ଯୁବକ ଅସଭ୍ୟ ଭାଷାରେ ଗାଳି କରିବା ସହ ରାସ୍ତା ଛାଡିନଥିଲେ । ଏହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଇଣ୍ଡିଆନ କୋଷ୍ଟ ଗାର୍ଡ ଡିଆଇଜି ସତ୍ୟ ରଂଜନ ଦାସ । ଅନ୍ୟପଟେ ଏନେଇ ନୟାପଲ୍ଲୀ ଥାନାରେ ପହଞ୍ଚି ଘଟଣାର ତଦାରଖ କରିଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ କମିଶନର ଏସ ଦେବଦତ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *