Pratidin TV

Odisha's Digital News Platform

ପ୍ରତିଶୋଧ ନେଲା ଇସ୍ରାଏଲ୍, ହମାସ୍ ମୁଖ୍ୟ ୟାହ୍ୟା ସିନୱାର ନିହତ

1 min read

ରାଫାରେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସକୁ ବଡ଼ ସଫଳତା । ହମାସ୍ ମୁଖ୍ୟ ୟାହ୍ୟା ସିନୱାର ମାରି ଗଡାଇଲେ ଇସ୍ରାଏଲ୍ ଡିଫେନ୍ସ । ସିନୱାର ନିହତ ହୋଇଥିବା ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ତେବେ ଏହା ଯୁଦ୍ଧର ଶେଷ ନୁହେଁ, ଏହା ଶେଷର ଆରମ୍ଭ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ।

ଏକ ସାମ୍ବାଦିକ ସମ୍ମିଳନୀ କରି ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଅକ୍ଟୋବର ୭ ତାରିଖରେ ଆମ ଲୋକଙ୍କ ସହ ଯେଉଁ ବ୍ୟକ୍ତି ନରସଂହାର ଘଟାଇଥିଲେ ତାଙ୍କ ଠାରୁ ଆମେ ପ୍ରତିଶୋଧ ନେଇଛୁ। ତେବେ ଏହା ଯୁଦ୍ଧର ଶେଷ ନୁହେଁ, ଏହା ଶେଷର ଆରମ୍ଭ। ହମାସ୍ ଅସ୍ତ୍ର ଛାଡ଼ି ପଣବନ୍ଦୀଙ୍କୁ ଫେରାଇଲେ ଯୁଦ୍ଧ ଆସନ୍ତାକାଲି ହିଁ ସରିଯିବ । ହମାସ୍ ୨୩ ଦେଶର ୧୦୧ ନାଗରିକଙ୍କୁ ଏବେ ବି ପଣବନ୍ଦୀ କରି ରଖିଛି । ତେବେ ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ଉତ୍ତମ ଭବିଷ୍ୟତ ଲାଗି ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ନେତାନ୍ୟାହୁ ।

Advertisement

ସେପଟେ ଇସ୍ରାଏଲକୁ ସମର୍ଥନ କରିଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ତେବେ ଗାଜା ଆକ୍ରମଣ ସମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ସେମାନଙ୍କ ମଧ୍ୟରେ ସିନୱାର ଥିବା ନେଇ ସନ୍ଦେହ କରାଯାଉଥିଲା | DNA ପରୀକ୍ଷାରୁ ଜଣେ ମୃତକ ହମାସ ନେତା ସିନୱାର ବୋଲି ସ୍ପଷ୍ଟ ହୋଇଛି | ତେବେ ତାଙ୍କର ମୃତ୍ୟୁକୁ ନେଇ ହମାସ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇନାହିଁ | ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ଆକ୍ରମଣ କରିବାର ମାଷ୍ଟରମାଇଣ୍ଡର ମୃତ୍ୟୁ ପୁଣି ଥରେ ପ୍ରମାଣିତ କରିଛି ଯେ, ଦୁନିଆରେ କୌଣସି ଆତଙ୍କବାଦୀ ନ୍ୟାୟରୁ ବଞ୍ଚି ପାରିବ ନାହିଁ। ଯେତେ ସମୟ ଲାଗିଲେ ମଧ୍ୟ ଆତଙ୍କବାଦର ପରାଜୟ ସୁନିଶ୍ଚିତ।

Leave a Reply

Your email address will not be published. Required fields are marked *