Pratidin TV

Odisha's Digital News Platform

ପୂଜା ବୁଲିବାକୁ ଆସିଥିଲେ ପ୍ରଣବ , ଅଣ୍ଡାମାଡ କଲେ ହିମାଂଶୁଙ୍କ ସମର୍ଥକ …

1 min read

ଯାଜପୁର ; ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି । ଧର୍ମଶାଳା ନିର୍ବାଚନମଣ୍ଡଳୀର ସଂପାରୁ ପଞ୍ଚାୟତ ର କୁରିକଣା ଠାରେ ଏହି ଅଣ୍ଡା ମାଡ଼ ହୋଇଥିଲା । ସୂଚନା ଅନୁଯାୟୀ ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ ନିଜ ନିର୍ବାଚନ ମଣ୍ଡଳୀରେ ଲକ୍ଷ୍ମୀପୂଜା ମଣ୍ଡପ ବୁଲିବାକୁ ଆସିଥିବା ସମୟରେ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିଲେ ।

ତେବେ ସମୃକ୍ତ ମାମଲାକୁ ନେଇ ଧର୍ମଶାଳରେ ରାଜନୀତି ଜୋର ଧରିଛି । ଏନେଇ ନିଜେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି । ଘଟଣା କୁ ନେଇ ସେ ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଏବଂ ଯାହାଙ୍କର ସମର୍ଥକ ଏଭଳି ଘଟଣା ଘଟାଇଛନ୍ତି ବୋଲି ପ୍ରଣବ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଏଭଳି ଘଟଣା ରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଦୁଃଖ ପ୍ରକାଶ କରିବା ସହ ନିଜ ପ୍ରତିକ୍ରିୟା ରେ କହିଛନ୍ତି।ପୂର୍ବ ସରକାର ସମୟରେ ସେମାନଙ୍କ ଉପରେ ମିଥ୍ୟା ମାମଲା କରାଯାଇ ଥିଲା ଯାହା ତାଙ୍କ ପାଖରେ ସୂଚନା ରହିଛି ।ଯାହା ଫଳରେ ଏଭଳି ଘଟଣା ଘଟିଥାଇ ପାରେ ବୋଲି ସେ କହିଛନ୍ତି ।ଏବଂ ଆଇନ ତା ବାଟରେ ଯିବ ବୋଲି ହିମାଂଶୁ ତାଙ୍କ ପ୍ରତିକ୍ରିୟା ରେ ମଧ୍ୟ କହିଛନ୍ତି ।

Advertisement

ଘଟଣାକୁ ନେଇ ଧର୍ମଶାଳା ରାଜନୀତି ବେଶ୍ ସରଗରମ ହୋଇଛି। ଜେନାପୁର ଥାନା ରେ ଏତଲା ଦେବା ସହ ଏସପି ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନେଇ ଧର୍ମଶାଳା ର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ ନିଜ ପ୍ରତିକ୍ରିୟାରେ ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *