Pratidin TV

Odisha's Digital News Platform

ଚଳନ୍ତା ଅଟୋରେ ଅସଦାଚରଣ କଲା ଡ୍ରାଇଭର , ଉପାୟ ନପାଇ ଡେଇଁପଡିଲେ ୨ ଯୁବତୀ ।

1 min read

କେନ୍ଦ୍ରାପଡ଼ା : ଚଳନ୍ତା ଅଟୋରେ ଅସଦାଚରଣ କଲା ଡ୍ରାଇଭର , ଉପାୟ ନପାଇ ଡେଇଁ ୨ ଯୁବତୀ ଗୁରୁତର । ଏମିତି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡାରୁ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡା ତିନି ମୁହାଣୀ ପାଖରୁ ଦୁଇ ଯୁବତୀ ଙ୍କୁ ଚାନ୍ଦୋଳ ରେ ଛାଡିବା ପାଇଁ ଭଡା ରେ ଉଠାଇଥିଲା ଅଟୋଡ୍ରାଇଭର ଶ୍ରୀଧର ନାୟକ । କିନ୍ତୁ ଶ୍ରୀଧର ଅଟୋକୁ ଅନ୍ୟ ରାସ୍ତାରେ ନେବାରୁ ଯୁବତୀ ବିରୋଧ କରିଥିଲେ । ଆଉ ଏହାରି ଭିତରେ ଚଳନ୍ତା ଅଟୋରେ ଦୁଇ ଯୁବତୀ ସିପ୍ରା ସୋନାଲି ମହାପାତ୍ର ଓ ସ୍ମୁତି ପ୍ରଜ୍ଞା ପରିଡା ଙ୍କ ସହ ଅସଦାଚରଣ କରିଥିଲା ଶ୍ରୀଧର ।

Advertisement

ପଛକୁ ହାତ ବଢ଼ାଇ ଯୁବତୀଙ୍କ ତଣ୍ଟି ଚିପିଥିଲା ଓ ହତ୍ୟା ଉଦ୍ୟମ କରିଥିଲା । ତେବେ ଯୁବତୀ ଦୁଇ ଜଣ ଜୀବନ ବଞ୍ଚାଇବାକୁ ଚଳନ୍ତା ଅଟୋ ରୁ ଡେଇଁ ପଡ଼ିଥିଲେ । ସିପ୍ରା ସୋନାଲି ଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସ୍ମୁତି ପ୍ରଜ୍ଞା ମଧ୍ୟ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ୨ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବା ସହ ଅଟୋ କୁ ଅଟକାଇ ପୋଲିସ ଜିମ୍ମା ରେ ଦେଇଥିଲେ । ତେବେ ସିପ୍ରାଙ୍କ ହାତ ଭାଙ୍ଗି ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରଣ କରାଯାଇଥିବା ବେଳେ ,
ଆଜି ସ୍ମୁତି ପ୍ରଜ୍ଞ। ପରିଡା ଡେରାବିଶ ଥାନା ରେ ଅଭିଯୋଗ କରିବା ପରେ ଡେରାବିଶ ପୋଲିସ ୧୪୫/୨୪ ରେ ମାମଲା ରୁଜ୍ଜୁ କରି ଧାରା ୩୦୯(୬) ଡକାୟତି ଦଫା ରେ ମାମଲା ରୁଜ୍ଜୁ କରି ଅଟୋ ଡ୍ରାଇଭର କୁ ଅଟକ ରଖିଛନ୍ତି । ଅଟୋ ଡ୍ରାଇଭର ଶ୍ରୀଧର ନାୟକ ଘର କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଜମଧର ବୋଲି ସୂଚନା ମିଳିଛି । ଶ୍ରୀଧର ଦୁଇ ଯୁବତୀ ଙ୍କ ସୁନା ଚେନ ଛଡାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ରେ ଉଲ୍ଲେଖ ଅଛିା

Leave a Reply

Your email address will not be published. Required fields are marked *