Pratidin TV

Odisha's Digital News Platform

୩ ବର୍ଷ ପରେ ସୁଶାନ୍ତଙ୍କ ଆପାର୍ଟମେଣ୍ଟ କୁ ମିଳିଲା ନୂଆ ଭଡାଟିଆ , ମାଲିକ କହିଲେ ଡରୁଥିଲେ ..

1 min read

ମୁମ୍ବାଇ : ଦୀର୍ଘ ୩ ବର୍ଷ ପରେ ବିକ୍ରିହେଲା ସୁସାନ୍ତ ସିଂ ରାଜପୁତ୍ ରହୁଥିବା ଆପାର୍ଟମେଣ୍ଟ । ୧୪ ଜୁନ୍ ୨୦୨୦ ରେ ସୁଶାନ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ,ଯିଏବି ଆସୁଥିଲେ ଭୟରେ ପଳାଇଯାଉଥିଲେ । କେହି ଏହି ଆପାର୍ଟମେଣ୍ଟ ନେବାକୁ ରାଜିହେଉନଥିଲେ । କିନ୍ତୁ ବର୍ତ୍ତମାନ ଏକ ଭଡାଟିଆ ମିଳିଛନ୍ତି ବୋଲି ସୂଚନା ଦେଇଛନ୍‌ତି ଫ୍ଲାଟ୍ ମାଲିକ୍ ।

ଟାଇମ୍ସ ଅଫ୍ ଇଣ୍ଡଆର ରିପୋର୍ଟ ଅନୁଯାୟୀ ମୁମ୍ବାଇର ରିଏଲ୍ ଇଷ୍ଟେଟ୍ ଦଲାଲ୍ ରାଫିକ୍ ମର୍ଚାଣ୍ଟ ସୂଚନା ଦେଇଛନ୍ତି ଯେ ଫ୍ଲାଟ୍‌ର ମାଲିକ ୨ ମାସ ପୂର୍ବରୁ ତାଙ୍କ ନିକଟକୁ ଆସିଥିଲେ । ତେବେ ସୁଶାନ୍ତଙ୍କ ଜାଗାରେ ବର୍ତ୍ତମାନ ଜଣେ ଘଜଓ ଏହି ଫ୍ଲାଟ୍‌କୁ ଭାଡାରେ ନେବେ । ସେ ତାଙ୍କ ପରିବାର ସହ କଥାବାର୍ତ୍ତା ହୋଇ ଆଉ କିଛି ଦିନ ମଧ୍ୟରେ ସେଠାରେ ରହିବାକୁ ଆସିବେ । ସେ ଆଉ ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁକୁ ଅନେକ ଦିନ ହୋଇଗଲାଣି । ତେବେ ଡର କଣ ?

Advertisement

ଚାଲନ୍ତୁ ଜାଣିବା ସୁଶାନ୍ତଙ୍କ ଫ୍ଲାଟ୍‌ର ବର୍ତ୍ତମାନ ଭଡା କେତେ ?
ଏନଆରଆଇ ଜଣଙ୍କ ମାସକୁ ୫ ଲକ୍ଷ ଟଙ୍କା ଦେବେ । ଏବଂ ଆଗୁଆ ସିକ୍ୟୁରିଟି ଚାର୍ଜ ସହ କିଛି ମାସର ଭଡା ପାଇଁ ୩୦ ଲକ୍ଷ ଟଙ୍କା ପ୍ରଥମେ ଦେବାକୁ ପଡିବ ।

୩ ବର୍ଷ ଯାଏ ବନ୍ଦ ପଡିବାର କାରଣ –
ଏହା ୩ ବର୍ଷ ଯାଏ ବନ୍ଦ ପଡିବାର ମୁଖ୍ୟ କାରଣ ବିବାଦ । ବର୍ତ୍ତମାନ ଯାଏ ସୁଦ୍ଧା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିବାଦ ତୁଟିନାହିଁ । ନିକଟରେ ବିଜେପି ସାଂସଦ ସୁସାନ୍ତ ସିଂ ରାଜପୁତ ଏବଂ ତାଙ୍କ ମ୍ୟାନେଜରର ମୃତ୍ୟୁ ମାମଲାକୁ ପୁନଃ ଖୋଲିବାକୁ କହିଛନ୍ତି । ତେବେ ଆଗକୁ ଯଦି ଏହି ମାମଲା ପୁଣି ଚାଲେ , ତେବେ ସୁଶାନ୍ତ ରହୁଥିବା ସେହି ଫ୍ଲାଟ୍ ମଧ୍ୟ ବିବାଦ ଘେରକୁ ଆସିପାରେ କିମ୍ବା ପୋଲିସ, ଏସଆଇଟି ସେଠାକୁ ତଦନ୍ତ କରିବାକୁ ଆସିପାରିବେ । ତେଣୁକରି କେହିବି ଏସବୁ ଭିତରେ ପଡିବାକୁ ଚାହୁନଥିବାରୁ ଏ ଫ୍ଲାଟ୍ ବନ୍ଦ ପଡିଥିଲା

ଦ୍ୱିତୀୟରେ ଲୋକେ ବିଶ୍ୱାସ କରୁଛନ୍ତି ଯେ ସୁଶାନ୍ତ ନିଜେ ଆତ୍ମହତ୍ୟା କରିନାହନ୍ତି । ବରଂ ତାଙ୍କୁ ବଳପୂର୍ବକ ମାରିଦିଆଯାଇଛି । ଯାହା ଦ୍ୱାରା ସୁଶାନ୍ତଙ୍କ ଆତ୍ମା ଶାନ୍ତି ପାଇନାହିଁ । ତେଣୁ କେହିବି ସେ ଫ୍ଲାଟ୍ ନେବାକୁ ଆସୁଥିବା ବେଳେ ଏଭଳି କଥା ଆଲୋଚିତ ହୋଇଛି ।

ଏହା ସହ ଫ୍ଲାଟ୍‌ର ମାଲିକ ମଧ୍ୟ ଆଉ କୌଣସି ପ୍ରକାର ଅଭିନେତା କିମ୍ବା ଅଭିନେତ୍ରୀଙ୍କୁ ଏହି ଫ୍ଲାଟ୍ ଦେବାକୁ ମନାକରିଦେଇଛନ୍ତି । ଆଗକୁ ଯେତେ ବଡ ଅଭିନେତା କି ଅଭିନେତ୍ରୀ ହୁଅନ୍ତୁନା କାହିଁକି ମାଲିକ ଏହାକୁ ବିକ୍ରି କରିବେ ନାହିଁ । ବରଂ ସେ କର୍ପୋରେଟରମାନଙ୍କୁ ଦେବାକୁ ପସନ୍ଦ କରିବେ ।
ସୁଶାନ୍ତ କେବେଠାରୁ ରହୁଥିଲେ –
ତେବେ ସୁଶାନ୍ତ ସିଂ ରାଜପୁତ୍ ୨୦୧୯ ରେ ମୁମ୍ବାଇର ପଶ୍ଚିମ ବାନ୍ଦ୍ରାର କାରଟର୍ ରୋଡ୍‌ରେ ଥିବା ଏହି ଆପାର୍ଟମେଣ୍ଟୁ ରହିବାକୁ ଆସିଥିଲେ । ସେ ମାସିକ ୪.୫୧ ଲକ୍ଷ ଟଙ୍କା ଭଡା ଦେଉଥିଲେ । ତେବେ ସୁଶାନ୍ତ ଏହି ଫ୍ଲାଟ୍‌ରେ ଏକୁଟିଆ ରହୁନଥିଲେ । ବରଂ ତାଙ୍କ ସହ ଗର୍ଲଫ୍ରେଣ୍ଡ ରେହା ଚକ୍ରବର୍ତ୍ତି ଏବଂ ସୁସାନ୍ତଙ୍କ କିଛି ବନ୍ଧୁ ମଦ୍ୟ ରହୁଥିଲେ ।

Leave a Reply

Your email address will not be published. Required fields are marked *