Pratidin TV

Odisha's Digital News Platform

ବାମମେଣ୍ଟ ର ନୂଆ ରଣନୀତି , ପ୍ରିୟଙ୍କାଙ୍କ ବିପକ୍ଷରେ ଲଢ଼ିବେ ସତ୍ୟନ ମୋକେରୀ..

1 min read

କେରଳ ୱାୟନାଡ଼ ସଂସଦୀୟ କ୍ଷେତ୍ରରୁ ଲଢ଼ୁଛନ୍ତି ପ୍ରିୟଙ୍କା ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ହେବାକୁ ଯାଉଛି ଉପନିର୍ବାଚନ । ନଭେମ୍ବର ୧୩ ରେ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । AICC ପକ୍ଷରୁ ପ୍ରିୟଙ୍କାଙ୍କ ନାଁ ଘୋଷଣା କରାଯାଇଛି । ତେବେ ଏହାରି ମଧ୍ୟରେ ବାମମେଣ୍ଟ ଆଜି ପ୍ରାର୍ଥୀ ଘୋଷଣା କରିଛି । ବାମମେଣ୍ଟ ତରଫରୁ ସିପିଆଇ ଏଠାରୁ ନିର୍ବାଚନ ଲଢିବ ଓ ସତ୍ୟନ ମୋକେରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । କେରଳ ସିପିଆଇର ଅଧ୍ୟକ୍ଷ ବିନୟ ବିଶ୍ୱମ ଏନେଇ ସୂଚନା ଦେଇଛନ୍ତି ।

ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧୀ ସିଧାସଳଖ ନିର୍ବାଚନୀ ରାଜନୀତିରେ ଭାଗ ନେବାକୁ ଯାଉଥିବା ବେଳେ ବାମଦଳର ଗଡ କୁହାଯାଉଥିବା କେରଳର ୱାୟନାଡ ଆସନ ତାଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ସତ୍ୟନ ମୋକେରୀଙ୍କ ନାମ ଘୋଷଣା ହେବା ପରେ ସେ କହିଛନ୍ତି, ଗୋଟିଏ ସମୟରେ ଇନ୍ଦିରା ଗାନ୍ଧୀ ଓ ରାହୁଲ ଗାନ୍ଧୀ ନିର୍ବାଚନ ହାରିଛନ୍ତି । ତେଣୁ ପ୍ରିୟଙ୍କାଙ୍କୁ ହରାଇବା କିଛି ବଡକଥା ନୁହେଁ ।

Advertisement

ଏହାସହ ସେ ୱାୟନାଡରେ ହୋଇଥିବା ଭୂସ୍ଖଳନ ବେଳେ ବାମଦଳ ଯେଭଳି ଭାବେ ପୀଡିତଙ୍କ ପାଖରେ ପହଞ୍ଚି  ସେମାନଙ୍କୁ ସହାୟତା ଯୋଗାଇଥିଲା ତାକୁ ନେଇ ବିଜୟ ସୁନିଶ୍ଚିତ ବୋଲି ସତ୍ୟନ କହିଛନ୍ତି । ଯଦି ୨୦୨୪ ସାଧାରଣ ନିର୍ବାଚନକୁ ନଜର କରିବା ତେବେ ଏହି ଆସନରୁ ରାହୁଲ ଗାନ୍ଧୀ ପାଖାପାଖି ସାଢେ ତିନି ଲକ୍ଷ ଭୋଟରେ ବିଜୟୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *