Pratidin TV

Odisha's Digital News Platform

ଚମକାଇଦେଲା ବିଶ୍ୱବ୍ୟାଙ୍କ ରିପୋର୍ଟ, ଦିନକୁ ୧୮୧ ଟଙ୍କାରେ ଚଳୁଛନ୍ତି ଭାରତୀୟ

1 min read

ଭାରତକୁ ନେଇ ବିଶ୍ୱ ବ୍ୟାଙ୍କ ଦେଲା ରିପୋର୍ଟ | ଯାହାକୁ ଦେଖି ସମସ୍ତେ ହେଲେ ଚକିତ | ଭାରତୀୟ ଅତି ଦରିଦ୍ରତା ସହ ବଞ୍ଚିଛନ୍ତି ଜୀବନ | ଦିନକୁ ମାତ୍ର ୧୮୧ ଟଙ୍କାରୁ କମରେ ଏମାନେ ଚଳୁଛନ୍ତି | ମଙ୍ଗଳବାର ବିଶ୍ୱ ବ୍ୟାଙ୍କ ପକ୍ଷରୁ ଜାରି ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ତେବେ ୧୯୯୦ ତୁଳନାରେ ଦେଶରେ ଅତି ଦରିଦ୍ରଙ୍କ ସଂଖ୍ୟା କମିଛି । ସେତେବେଳେ ଏମାନଙ୍କ ସଂଖ୍ୟା ଥିଲା ୪୩.୧ କୋଟି ।

ମଧ୍ୟମ ଆୟ ରାଷ୍ଟ୍ରଗୁଡ଼ିକ ପାଇଁ ଦିନକୁ ୬.୮୫ ଡଲାର ବା ୫୭୬ ଟଙ୍କାରେ ଜୀବନ ଧାରଣ କରିବାକୁ ଉଚ୍ଚ ଦାରିଦ୍ର୍ୟ ଭାବେ ବର୍ଗୀକରଣ କରାଯାଇଛି । ଉକ୍ତ ହିସାବରେ ୧୯୯୦ ତୁଳନାରେ ୨୦୨୪ରେ ଅଧିକ ସଂଖ୍ୟକ ଭାରତୀୟ ଦାରିଦ୍ର୍ୟ ସୀମାରେଖା ତଳେ ବା ବିପିଏଲ୍‌ ବର୍ଗରେ ଥିବା ବିଶ୍ୱ ବ୍ୟାଙ୍କ ଏହାର ରିପୋର୍ଟ ‘ପଭର୍ଟି, ପ୍ରସ୍‌ପରିଟି ଆଣ୍ଡ୍‌ ପ୍ଲାନେଟ୍‌:ପାଥ୍‌ୱେଜ୍‌ ଆଉଟ୍‌ ଅଫ୍‌ ଦ ପଲିକ୍ରାଇସିସ୍‌’ ରେ ପ୍ରକାଶ କରିଛି ।

Advertisement

ବିଶେଷ କରି ଜନସଂଖ୍ୟା ବୃଦ୍ଧି ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଏହା କହିଛନ୍ତି । ପୂର୍ବରୁ ବିଶ୍ୱବ୍ୟାଙ୍କ ପ୍ରକାଶ କରିଥିଲା ଯେ, ୨୦୨୧ରେ ଭାରତରେ ଅତି ଦାରିଦ୍ର୍ୟ ୩.୮ କୋଟି ଖସି ୧୬.୭୪୯ କୋଟି ରହିଛି, ଯାହାକି ପୂର୍ବ ୨ ବର୍ଷରେ ବଢ଼ିଥିଲା । ସଦ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ମନ୍ଥର ରହିଛି । ୨୦୨୦- ୨୦୩୦ରେ ଏ ଦିଗରେ ରହିଥିବା ଲକ୍ଷ୍ୟ ହାସଲ ସମ୍ଭବ ହୋଇ ନ ପାରେ ।

ବର୍ତ୍ତମାନର ଅଗ୍ରଗତି ହିସାବରେ ଅତି ଦାରିଦ୍ର୍ୟ ଦୂରୀକରଣ ପାଇଁ ଦଶନ୍ଧି ଦଶନ୍ଧି ସମୟ ଲାଗିବ ବୋଲି ବିଶ୍ୱବ୍ୟାଙ୍କ ପ୍ରକାଶ କରିଛି । ଲୋକଙ୍କ ଦୈନିକ ଖର୍ଚ୍ଚ ସାମର୍ଥ୍ୟକୁ ୬.୮୫ ଡଲାର ଉପରକୁ ନେବା ପାଇଁ ଶତାବ୍ଦିରୁ ଊଦ୍ଧ୍ୱର୍ ସମୟ ଲାଗିବ ବୋଲି ଏହା ପ୍ରକାଶ କରିଛି । ଏ ଦିଗରେ ରାଷ୍ଟ୍ରଗୁଡ଼ିକ ମଜଭୂତ ରଣନୀତି ଆଣି ଆଗକୁ ବଢ଼ିବା ଦରକାର । ଏହାସହିତ ବିଭିନ୍ନ ପ୍ରକାର ନୀତିଗତ ପରିବର୍ତ୍ତନ ଲୋଡ଼ା ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।

ଆଗାମୀ ଦଶନ୍ଧିରେ ବିଶ୍ୱ ଅତି ଦାରିଦ୍ୟରେ ଭାରତର ଭାଗ ବଡ଼ ଆକାରରେ କମିବ ବୋଲି ବିଶ୍ୱ ବ୍ୟାଙ୍କ ଆକଳନ କରିଛି । ଆସନ୍ତା ଦଶନ୍ଧିରେ ମୁଣ୍ଡ ପିଛା ଜିଡିପି ଅଭିବୃଦ୍ଧି ପୂର୍ବାନୁମାନ ଆଧାରରେ ଏ ଆକଳନ କରାଯାଇଛି । ୨୦୩୦ରେ ଭାରତରେ ଅତି ଦାରିଦ୍ର୍ୟ ହାର ଶୂନକୁ ଆସିଯିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି । ଅନ୍ୟପକ୍ଷରେ, ଆଲୋଚ୍ୟ ସମୟରେ ବିଶ୍ୱ ଅତି ଦାରିଦ୍ର୍ୟ ହାର ୭.୩୧%ରୁ ୬.୭୨%କୁ ଖସିବ ବୋଲି ପୂର୍ବାନୁମାନ ରହିଛି । ଏହା ୩%ର ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ବହୁ ମାତ୍ରାରେ ଅଧିକ ।

Leave a Reply

Your email address will not be published. Required fields are marked *