Pratidin TV

Odisha's Digital News Platform

ମା’ ହେବେ ରାଧିକା ଆପ୍ଟେ, ଭାଇରଲ ହେଉଛି ଅଭିନେତ୍ରୀଙ୍କ ବେବି ବମ୍ପର ଫଟୋ..

1 min read

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରାଧିକା ଆପ୍ଟେ ବିବାହର ୧୨ ବର୍ଷ ପରେ ମା’ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ରାଧିକା ଆପ୍ଟେଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିନେତ୍ରୀ ବେବି ବମ୍ପ ଦେଖିବା ପାଇଁ ମିଳୁଛି । ତେବେ ଏହି ଫଟୋ ଭାଇରାଲ ହେବା ପରେ ରାଧିକାଙ୍କ ଫ୍ୟାନ୍ସ ବେଶ୍ ଖୁସ ଅଛନ୍ତି ଏବଂ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି । ନିକଟରେ ରାଧିକା ଆପ୍ଟେ ତାଙ୍କ ଫିଲ୍ମି ସିସଟର୍ ମିଡନାଇଟ୍ ର ୟୁକେ ପ୍ରିମିୟର ନଜର ଆସିଥିଲେ । ଯେଉଁଠାରେ ସେ ବେବି ବମ୍ପ ଦେଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ।

ଫଟୋ ସେୟାର କରିବାବେଳେ ରାଧିକା ଲେଖିଥିଲେ- ସିଷ୍ଟର ମିଡନାଇଟ୍ ୟୁକେ ପ୍ରିମିୟର୍ । ସେ ତାଙ୍କ ପୋଷ୍ଟରେ ପ୍ରେଗନାନ୍ସି ବିଷୟରେ କିଛି ବି ଲେଖି ନାହାନ୍ତି । ସେ କେବଳ ଫିଲ୍ମ ବିଷୟରେ ଲେଖିଥିଲେ । ରାଧିକା ତାଙ୍କର କିଛି ଫଟୋ ସେୟାର କରିଛନ୍ତି ଏବଂ ଅନେକ ଫଟୋରେ ସେ ରେଡ୍ କାର୍ପେଟରେ କାଷ୍ଟ ଏବଂ କ୍ରୁଙ୍କ ସହ ପୋଜ୍ ଦେଉଥିବା ନଜର ଆସିଛନ୍ତି ।

Advertisement


ରାଧିକାଙ୍କ ଲୁକ୍ ବିଷୟରେ କହିବାକୁ ଗଲେ ସେ ବ୍ଲାକ୍ ଅଫ ସୋଲ୍ଡର ଡ୍ରେସ୍ ପିନ୍ଧିଥିଲେ । ସେ ସିମ୍ପଲ ବନ୍ ସହିତ ନିଜର ଲୁକ୍ କୁ ଫାଇନାଲ ଟଚ୍ ଦେଇଥିଲେ । ରାଧିକାଙ୍କ ଲୁକ୍ ବହୁତ ଭାଇରାଲ୍ ହେଉଛି । ରାଧିକାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ବ୍ରିଟିଶ ଭାୟୋଲିନିଷ୍ଟ ତଥା କମ୍ପୋଜର୍ ବେନଡିକ୍ଟ ଟେଲରଙ୍କୁ ବିବାହ କରିଛନ୍ତି । ରାଧିକା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କହିବାକୁ ପସନ୍ଦ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *