Pratidin TV

Odisha's Digital News Platform

ଚର୍ଚ୍ଚାରେ ପୋଲିସ SI ଆରତୀ ସିଂ , ପିଲାଙ୍କୁ ମାଗଣା ଶିକ୍ଷାଦାନ ସହ କରୁଛନ୍ତି ଏଭଳି କାମ ..

1 min read

ରାଜସ୍ଥାନ : ପ୍ରତ୍ୟକ ନାରୀ ନିଜ ନିଜ ଜୀବନର ପ୍ରତ୍ୟକ କାମକୁ ନିଜ କର୍ତ୍ତବ୍ୟ ଭାବି ତାକୁ ସଠିକତାର ସହ ତୁଲାଇଥାନ୍ତି । ମୁଣ୍ଡ ଉପରେ ଘର ସଂସାର ସବୁ ଦାୟିତ୍ୱ ଥାଇ ମଧ୍ୟ ଥକେନା ସେ । ହଁ ହାର୍ ମାନେନା ସେ ସେଥିପାଇଁ ତା ନା ନାରୀ । ବୋଧହୁଏ ସେଥିପାଇଁ ନାରୀମାନଙ୍କୁ ଦେବୀ ,ମାଁ,ଶକ୍ତି ସୂରୁପିଣୀ ସହ ତୁଳନା କରାଯାଏ । ନିକଟରେ ଆମେ ଏମିତି ଏକ ନାରୀଙ୍କ ବିଷୟରେ ଜାଣିବାକୁ ପାଇଲୁ ଯେ କେବଳ ନିଜ ଘର ସଂସାର ସମ୍ଭାଳୁନାହାନ୍ତି । ବରଂ ନିଜ ରାଜ୍ୟରେ ହେଉଥିବା ଅପରାଧକୁ ରୋକିବାର ପ୍ରୟାସ କରିଛନ୍ତି ତା ସହ ମାଗଣାରେ ଦେଉଛନ୍ତି ପିଲାମାନଙ୍କୁ ଶିକ୍ଷାଦାନ । ହଁ ଆଜ୍ଞା ଆମେ ଏଠି ରାଜସ୍ଥାନର ଜଣେ ମହିଳା ଏସଆଇ ଆରତୀ ସିଂ ଙ୍କ କଥା କହୁଛି । ସେ ମଧ୍ୟ ଜଣେ ମାଁ , ଜଣେ କାହିଁକି ହଜାର ହଜାର ପିଲାମାନଙ୍କର ମାଁ ସାଜିଛନ୍ତି ଆରତୀ । ଯେଉଁମାନେ ବଡ ହୋଇ ପୁଲିସ୍ ଅଧିକାରୀ ବା ନିଜ ଗୋଡରେ ଛିଡା ହେବାକୁ ଚାହୁଛନ୍ତି ।

ଏବେ ଏହି ଆରତୀ ସିଂହ ତନୱରଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ପୁଲିସ ବିଭାଗରେ କାମ କରିବା ସହିତ ଆରତୀ ଜଣେ ଆଇଡିଅଲ କୋଚ ଭାବେ ଦାୟିତ୍ୱ ନିର୍ବାହ କରିଥାନ୍ତି ଓ ସାଇବର ଅପରାଧରୁ ବଞ୍ଚିବା ପାଇଁ ଲୋକଙ୍କୁ ଦେଇଥାନ୍ତି ପରାମର୍ଶ । ଆରତିଙ୍କ ଏଭଳି କାମ ଲୋକଙ୍କୁ ଖୁବ ପସନ୍ଦ ଆସୁଛି । ପିଲାଙ୍କୁ ମାଗଣାରେ ଶିକ୍ଷା ଦେଉଥିବା ଆରତୀ ଅନେକଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି। ନିଜର କର୍ତ୍ତବ୍ୟ ସହିତ ଲୋକଙ୍କ ସେବା କାରଣରୁ ତାଙ୍କର ଭୁରିଭୁରି ପ୍ରଶଂସା କରାଯାଉଛି ।
ପୁଲିପ୍ରତି ଛୋଟ ପିଲାଙ୍କ ମନରେ ଅଜଣା ଆଶଙ୍କା ଥିବା ବେଳେ ଆରତୀଙ୍କୁ ଦେଖିଲେ ପିଲାଏ ନିଜର ଅଭିଭାବକ ପରି ନିଜ ସମସ୍ୟା ବାବଦରେ କଥାବାର୍ତ୍ତା କରୁଥିବା ଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଥାଏ । ଆରତୀ ନିଷ୍ଠାପର ଭାବେ ନିଜ ବୃତ୍ତି ସମ୍ଭାଳିବା ସହିତ ନିଜ ରୋଜଗାରର ଅର୍ଥକୁ ସମାଜ କଲ୍ୟାଣ ଦିଗରେ ବିନିଯୋଗ କରୁଛନ୍ତି ।

Advertisement

ଆରତୀଙ୍କ ପରିବାରର ଅନେକ ସଦସ୍ୟ ପୁଲିସ ବିଭାଗରେ କାମ କରନ୍ତି । ତାଙ୍କର ପିତା ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ହୋଇଥିବା ବେଳେ ଜେଜେ ମଧ୍ୟ ପୋଲିସ ବିଭାଗରେ କାମ କରି ସୁନାମ ପାଇଛନ୍ତି । ଆରତୀ ୨୦୧୨ରେ ରାଜସ୍ଥାନ ପୁଲିସରେ ଭର୍ତ୍ତ ହୋଇଥିବା ବେଳେ ୨୦୧୪ରେ ସବ-ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଛନ୍ତି । ପ୍ରତିମାସରେ ସେ ଚିହ୍ନଟ କରିଥିବା ମେଧାବୀ ପିଲାଙ୍କ ପାଇଁ ବହି ଓ ଅନ୍ୟାନ୍ୟ ପଠନ ସାମଗ୍ରୀ କିଣି ଆଣିବା ସହିତ ମାଗଣାରେ ଵିତରିତ କରିଥାନ୍ତି ।
ଏହା ସହ ଆରତୀ ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ ବାହର କରି ଦେଶ ବା ରାଜ୍ୟରେ ବୃଦ୍ଧିପାଉଥିବା ସାଇବର କ୍ରାଇମକୁ ହ୍ରାସ କରାଇବା ଚେଷ୍ଟାରେ ଲାଗନ୍ତି । ବିଭିନ୍ନ ପ୍ରାକରର ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ସାଇବର ଠାକାମିରୁ ବଞ୍ଚିବାର ଉପାୟ କୁହନ୍ତି । କିପରି ସତର୍କ ରହିବେ , ସାଇବର କ୍ରାଇମ ହେବା ପୂର୍ବରୁ ଜାଣିବେ କିପରି ଇତ୍ୟାଦି । ତେବ ଆରତୀ ଦେଶ ବାସୀଙ୍କ ପାଇଁ ଏକ ବଡ ପ୍ରେରଣା ପାଲଟିଛନ୍ତି । କିପରି ସେ ନିଜ କର୍ତ୍ତବ , ଘର ସଂସାର ସହ ସବୁ କାମକୁ ଏକାସାଙ୍ଗରେ ସମ୍ଭାଳୂଛନ୍ତି ।

Leave a Reply

Your email address will not be published. Required fields are marked *