Pratidin TV

Odisha's Digital News Platform

ଭୁଶୁଡ଼ିଲା ଖାନ ନଗର ତୋରଣ , ତଳେ ଚାପି ହୋଇଛି ୫ ଗାଡି..

1 min read

କଟକ : ଭୁଶୁଡ଼ିଲା କଟକ ଖାନ ନଗର ତୋରଣ । ଏକ କାର ଉପରେ ଭୁଶୁଡ଼ିଲା ତୋରଣ । କଟକର ସର୍ବ ଉଚ୍ଚତା ବିଶିଷ୍ଟ ତୋରଣ ହେଉଛି ଖାନନଗର ର ତୋରଣ । ଚଳିତବର୍ଷ ଦୁର୍ଗାପୂଜା ରେ ବୈଷ୍ଣଦେବୀ ତୋରଣ କରିଥିଲା କମିଟି । ତେବେ ନେତାଜୀ ସୁବାଷ ଚନ୍ଦ୍ର ବସ ଟର୍ମିନାଲ ସମ୍ମୁଖରେ ଏକ ତୋରଣ ଆଜି ଭୁଶୁଡ଼ି ପଡ଼ିଛି ।

ତୋରଣଟି ଶାରଦୀୟ ଦୁର୍ଗାପୂଜା ପାଇଁ ଖାନନଗର ପୁଜକମିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । ତୋରଣ ଭୁଶୁଡ଼ି ଯିବା ଫଳରେ ଗୋଟିଏ କାର, ଗୋଟିଏ ଅଟୋ ରିକ୍ସା, ଏବଂ ତିନି ଚାରୋଟି ବାଇକ୍ କ୍ଷତି ଗ୍ରସ୍ତ ହୋଇଛି । ଏହା ଏକ ନିଶ୍ଚିତ ବଡ ଧରଣର ଅଘଟଣ ରୁ ବର୍ତ୍ତିଯାଇଛି । ପୂଜା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ କୌଣସି ଏକ ବଡ ଗାଡ଼ି ପାର୍କିଂ କରୁଥିବା ବେଳେ ତୋରଣ ରେ ପିଟି ହୋଇଯାଇଥିଲା । ଯାହାଫଳରେ ତୋରଣ ଟି ଭୁଶୁଡ଼ି ପଡ଼ିଛି ବୋଲି ପୂଜା କମିଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

Advertisement

ତୋରଣଟି ଭୁଶୁଡିଯିବା ଫଳରେ ଘଣ୍ଟା ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା । ଅନ୍ୟପଟେ ଖାନନଗର ପୂଜା କମିଟି ପକ୍ଷରୁ ଗାଡ଼ି ଗୁଡ଼ିକୁ ଉଦ୍ଧାର କରାଯାଇଛି । ଗାଡ଼ି ମଟର ବ୍ୟତୀତ କାହାର କିଛି କ୍ଷତି ହୋଇନାହିଁ । ବର୍ତ୍ତମାନ ସ୍ଥିତି ସ୍ଵାଭାବିକ ହୋଇଛି ।

Leave a Reply

Your email address will not be published. Required fields are marked *