Pratidin TV

Odisha's Digital News Platform

କୁମାର ପୂର୍ଣ୍ଣିମାରେ କଣ୍ଢେଇ ବାହାଘର , ୧୨ ବର୍ଷରୁ ଚାଲି ଆସୁଛି ଏହି ପ୍ରଥା …

1 min read

ଗୋପ ; କୁମାର ପୂର୍ଣ୍ଣିମାରେ ନିଆରା କଣ୍ଢେଇ ବାହାଘର , ବାଣ ରୋଷଣୀରେ କମ୍ପିଲା ପୁରା ଗାଁ ଦାଣ୍ଡ । ପୁରୀ ଜିଲ୍ଲା ବାହାରଣା ପଞ୍ଚାୟତ ଦିନାଇଲୋ ଗ୍ରାମରେ କୁମାରୀ ପୂର୍ଣ୍ଣିମା ଅବସରରେ କୁଆଁରୀ କୁନି କୁନି ଝିଅ ମାନଙ୍କ ମଧ୍ୟରେ ଓଡ଼ିଆ ରୀତିନୀତି ଅନୁସାରେ କଣ୍ଢେଇ ବିବାହ ଅନୁଷ୍ଠିତ ହୋଇଥାଏ ।

ଏହି କଣ୍ଢେଇ ବିବାହରେ ବର ଭାବେ କୁନି ଝିଅ ପ୍ରିପ୍ତି ପରିଡା ବେଶ ହୋଇଥିବା ବେଳେ କନ୍ୟା ବେଶରେ କୁନି ଝିଅ ଜିଜ୍ଞାସା ସ୍ୱାଇଁ ବେଦିରେ ବସିଥିଲେ । ଏହି ବିବାହରେ ପୁରହିତ ଭାବେ ଡକ୍ଟର କୈଳାସ ସ୍ୱାଇଁ ବେଦିରେ ବସି ବିବାହ କରିଥିଲେ ।

Advertisement

ବିବାହ ପୂର୍ବରୁ ଗ୍ରାମରେ ସ୍ୱତନ୍ତ୍ର ପ୍ରୋସେସନ ରେ ବାଜା ବାଣ ଆଧୁନିକ ବାଦ୍ୟଯନ୍ତ୍ରରେ ଗାଁ କମ୍ପିଉଠିଥିଲା । ଵିଵାହ କାର୍ଯ୍ୟକ୍ରମ ଶେଷରେ ଭୋଜି ଭାତ ର ବେବ୍ୟସ୍ଥା ହୋଇଥିଲା ।କୁମାରୀ ପୂର୍ଣ୍ଣିମା ଅବସରରେ ଗ୍ରାମରେ ଏପରି ଏକ କୁଆଁରୀ ମାନଙ୍କ କଣ୍ଢେଇ ବିବାହ ର ଆୟୋଜନକୁ ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଦେଇଥିଲେ । ଏହି କଣ୍ଢେଇ ଵିଵାହ ରେ କୁନି କୁନି କୁଆରୀ ଝିଅ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ତେବେ ଏହି ଗାଁରେ ଦୀର୍ଘ ୧୨ ବର୍ଷ ହେବ କୁମାର ପୂର୍ଣ୍ଣିମାରେ ଏହି ପ୍ରଥା ଚାଲିଆସୁଅଛି ।

Leave a Reply

Your email address will not be published. Required fields are marked *