Pratidin TV

Odisha's Digital News Platform

ପୁଣିଥରେ ଭାଙ୍ଗିଲା ମହାକାଳ ମନ୍ଦିରର ନିୟମ, ଅନୁମତି ନଥାଇ ମନ୍ଦିର ଗର୍ଭଗୃହରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ଙ୍କ ପୁଅ..

1 min read

ମୁଖ୍ୟମନ୍ତ୍ରୀ ଙ୍କ ପୁଅ ବୋଲି କଣ ସାତ ଖୁନ ମାଫ ? କଣ ନୀତି ନିୟମ କୁ ପାଳନ କରିବନି ? ଆଜି ମୁଖ୍ୟମନ୍ତ୍ରୀ ଙ୍କ ପୁଅ ବୋଲି ମନ୍ଦିର ନିୟମ ଭାଙ୍ଗି ଅନୁମତି ନଥାଇ ମଧ୍ୟ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିଲେ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସାଂସଦ ପୁଅଙ୍କ ନାଁରେ । ଶ୍ରୀକାନ୍ତ ସିନ୍ଦେ ମଧ୍ୟପ୍ରଦେଶ ଉଜ୍ଜୟନୀରେ ଥିବା ମହାକାଳ ମନ୍ଦିରର ନିୟମ ଭାଙ୍ଗିଛନ୍ତି । ନିଷେଧାଦେଶ ସତ୍ତ୍ବେ ସେ ପତ୍ନୀ ଏବଂ ଦୁଇ ସାଥିଙ୍କ ସହିତ ଗର୍ଭଗୃହକୁ ପ୍ରବେଶ କରି ପୂଜାର୍ଚ୍ଚନା କରିଥିଲେ ।


ମହାକାଳଙ୍କ ଦର୍ଶନ ପାଇଁ ସାଂସଦ ଶ୍ରୀକାନ୍ତ ସିନ୍ଦେ ଓ ତାଙ୍କ ପତ୍ନୀ ଏବଂ ଦୁଇ ସାଥି ଆସିଥିଲେ । ମନ୍ଦିରର ଗର୍ଭଗୃହରେ ପଶି ପୂଜା କରୁଥିବାର ଯାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି ।ସୂଚନା ଅନୁସାରେ ମହାକାଳଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରୀକାନ୍ତ ସିନ୍ଦେ ଓ ତାଙ୍କ ପତ୍ନୀ ଓ ଦୁଇ ସାଥୀ ମନ୍ଦିରର ଗର୍ଭଗୃହରେ ପଶି ପୂଜା କରୁଥିବାର ଫଟୋ ଆଉ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏମାନେ ସମସ୍ତେ ବୁଧବାର ସନ୍ଧ୍ୟା ୫ଟା ୩୮ ମିନିଟ୍‌ରେ ଗର୍ଭଗୃହରେ ପ୍ରବେଶ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ମହାକାଳଙ୍କ ଶୃଙ୍ଗାର ବେଳେ ଏହି ଚାରି ଜଣ ଶିବଲିଙ୍ଗ ନିକଟରେ ବସି ପୂଜା କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।ଏହାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ଅନୁମତି ନଥାଇ ସେ କିଭଳି ଗର୍ଭଗୃହକୁ ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନ ଉଠିଛି।

Advertisement

ଏହି ପ୍ରସଙ୍ଗକୁ ଉତ୍ତେଜନା ବଢ଼ିବା ପରେ, ମନ୍ଦିର ପ୍ରଶାସନ ମୁହଁ ଖୋଲିଛି । ଏହି ମାମଲାରେ ତଦନ୍ତ ହେବ, ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।ଏକ ବର୍ଷ ହେଲା ମହାକଳ ମନ୍ଦିରର ଗର୍ଭଗୃହକୁ ଭକ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । କେବଳ ପୁରୋହିତମାନଙ୍କୁ ଏଠାରେ ପ୍ରବେଶ କରିବାକୁ ଅନୁମତି ରହିଛି। ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ମହାକଳେଶ୍ୱର ଶିବଲିଙ୍ଗ ଠାରୁ ୫୦ ଫୁଟ ଦୂରରେ ରହି ଦର୍ଶନ କରିବେ । ମାତ୍ର ୪ ମାସ ମଧ୍ୟରେ ମନ୍ଦିରର ନିୟମ ଭାଙ୍ଗିବା ଏହା ଚତୁର୍ଥ ଘଟଣା ।

Leave a Reply

Your email address will not be published. Required fields are marked *