Pratidin TV

Odisha's Digital News Platform

ଜୀବନ ନେଇଯିବ ଯମୁନା ନଦୀ ! ଖଣ୍ଡ ଖଣ୍ଡ ହୋଇ ଭାସୁଛି ବିଷାକ୍ତ ଫେଣ..

1 min read

 ଧଳା ଚାଦର ଭିତରେ ଯମୁନା ନଦୀ। ଖଣ୍ଡ ଖଣ୍ଡ ହୋଇ ଭାସୁଛି ଫେଣ। ଯୁଆଡେ ଚାହିଁଲେ ସିଆଡେ ଦଳ ଦଳ ହୋଇ ଭାସୁଛି ଧଳା ଫେଣ। ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ସହିତ ଯମୁନା ନଦୀ ମଧ୍ୟ ଦୂଷିତ ହେବାରେ ଲାଗିଛି। ଏବେ ଯମୁନା ନଦୀର ପାଣିରେ ବିଷାକ୍ତ ଫେଣ ଦେଖିବାକୁ ମିଳିଛି। ପ୍ରତି ବର୍ଷ ଭଳି ଏଥର ମଧ୍ୟ ସ୍ଥାନେ ସ୍ଥାନେ ଫେଣର ମୋଟା ପରସ୍ତ ଦେଖାଯାଉଛି। ଛଠ୍‌ ପୂର୍ବରୁ ହିଁ ଯମୁନାରେ ପ୍ରଦୂଷଣ ସ୍ତର ଅତି ବିପଜ୍ଜନକ ସ୍ଥିତିରେ ପହଞ୍ଚି ଯାଇଛି।

ଆହୁରି ମଧ୍ୟ, ଛୋଟ ବଡ଼ ଫ୍ୟାକ୍ଟ୍ରିରୁ ବାହାରୁଥିବା କେମିକାଲ ବର୍ଜ୍ୟବସ୍ତୁ ବି ଏହି ବିଷାକ୍ତ ଫେଣର ଏକ ବଡ଼ କାରଣ, ଯାହା ନାଳ ଦେଇ ଯମୁନାରେ ଆସି ମିଶୁଛି। ଆଜି ସୋସିଆଲ ମିଡିଆରେ ଯମୁନା ନଦୀର ଏହି ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦୂର ଦୂର ଯାଏ ନଦୀ ଉପରେ ଧଳା ଫେଣ ଦେଖିବାକୁ ମିଳୁଛି। ଏହା ଏକ ବରଫାଚ୍ଛନ୍ନ ଜାଗାର ଭ୍ରମ ସୃଷ୍ଟି କରୁଥିବା ବେଳେ ବାସ୍ତବରେ କିନ୍ତୁ ଦୃଶ୍ୟ ହେଉଛି ଦିଲ୍ଲୀର କାଳିନ୍ଦୀ କୁଞ୍ଜର। ଏଠାରେ ବର୍ଜ୍ୟବସ୍ତୁଗୁଡ଼ିକ ପାଣିକୁ ବିଷାକ୍ତମୟ କରିଦେଇଛି। ଯାହା ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି।

Advertisement

Leave a Reply

Your email address will not be published. Required fields are marked *