Pratidin TV

Odisha's Digital News Platform

‘ବୋରଲିନ’ ବ୍ୟବହାର କରୁଥିଲେ ସାବଧାନ, ବୈଜ୍ଞାନିକ କଲେ ବଡ଼ ଖୁଲାସା, ମିଶୁଛି ପଶୁଚର୍ବି !

1 min read

ବୈଜ୍ଞାନିକ କଲେ ବଡ ଖୁଲାସା ! ବୋରଲିନ କ୍ରିମ ଘରେ ଘରେ ପ୍ରସିଦ୍ଧ | ପ୍ରତିଟି ଘରେ ଆୟୁର୍ବେଦିକ କ୍ରିମ ଭାବରେ ଜଣାଶୁଣା ବୋରଲିନ ଆଣ୍ଟିସେପ୍ଟିକ କ୍ରିମ ଆୟୁର୍ବେଦିକ କ୍ରିମ୍‌ ନୁହେଁ ବୋଲି ଖୁଲାସା ହୋଇଛି | ଏପରି ଦାବି କରିଛନ୍ତି ଚିକିତ୍ସକ-ବୈଜ୍ଞାନିକ ଡ. Cyriac Abby Philips। ସେ ଦାବି କରି କହିଛନ୍ତି ଯେ, ଏଥିରେ ମେଣ୍ଢାର ଲୋମରୁ ଆବିଷ୍କୃତ କରାଯାଇ ପଶୁ ଚର୍ବିକୁ ରିଫାଇନଡ୍‌ କରି ଏକ ପଦାର୍ଥ ବାହାର କରାଯାଇଥାଏ। ତେବେ ଚିକିତ୍ସକ-ବୈଜ୍ଞାନିକ ଡ. Cyriac Abby Philips ସୋସିଆଲ ମିଡିଆରେ ‘ଲିଭର ଡାକ୍ତର’ ଭାବେ ଜଣାଶୁଣା।

ସେ ଦାବି କରି କହିଛନ୍ତି, ବୋରଲିନରେ ମୁଖ୍ୟ ଉପାଦାନ ବୋରିକ୍‌ ଏସିଡ୍‌ ଥିବାର ଏହାକୁ ଆଣ୍ଟିସେପଟିକ୍‌ କ୍ରିମ୍‌ କୁହାଯାଏ। କିନ୍ତୁ ଏହା ଆୟୁର୍ବେଦିକ ଔଷଧ ଭାବରେ ବ୍ୟବହୃତ ହୁଏନାହିଁ। ତେବେ ଏହା ପ୍ରତି ଘରେ ଏହାକୁ ଖଣ୍ଡିଆ, ପୋଡିଗଲେ କିମ୍ବା ଚର୍ମ ସଂକ୍ରମଣ କିମ୍ବା ଓଠ ଫାଠିଥିଲେ ବ୍ୟବହୃତ କରାଯାଏ। ତେବେ ସୋସିଆଲ ମିଡିଆ ଏକ୍ସରେ ଡ. ଫିଲିପ୍‌ ଆହୁରି କହିଛନ୍ତି, ଏହି ବୋରଲିନରେ ବୋରିକ୍‌ ଏସିଡ୍‌ , ଜିଙ୍କ୍‌ ଓକ୍‌ାଇଡ ଓ ଲାନୋଲିନ (extracted from sheep’s wool containing refined versions of animal skin grease and animal sweat salt) ରହିଛି।

Advertisement

ଅନ୍ୟ ଏକ ଟ୍ବିଟରେ ସେ କହିଛନ୍ତି, tankan amla ବୋରିକ୍‌ ଏସିଡ୍‌ର ଏକ ଉପାଦାନ। କିନ୍ତୁ ଅଁଳା ଭାରତରେ ମିଳୁଥିବା ବିଭିନ୍ନ ଔଷଧୀୟ କୋଳି ଭିତରେ ଅନ୍ୟତମ। କିନ୍ତୁ ଟନକାନ ଅଁଳା ଏକ ପାଉଡର ଗୁଜ୍‌ବେରୀ। ଏହାର ବୋରିକ୍‌ ଏସିଡ୍‌ରେ କୌଣସି କାମ ନାହିଁ। ଏହି ସାମଗ୍ରୀ ବିଶ୍ୱସ୍ତରରେ ବିକ୍ରି ହେଉଥିବାବେଳେ ଏପରି ଭୂଲ ତଥ୍ୟ ଦେବା ଠକେଇ କରିବା ସହ ସମାନ ।

Leave a Reply

Your email address will not be published. Required fields are marked *