Pratidin TV

Odisha's Digital News Platform

ଦୀର୍ଘ ୨୮ ମାସ ପରେ ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

1 min read

ଦୀର୍ଘ ୨୮ ମାସ ହେଲା ଜେଲରେ ଥିବା ଆପ୍‌ର ବରିଷ୍ଠ ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଛି ଜାମିନ। ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ଆମ ଆଦମୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ଯେନ୍ଦ୍ର ଜୈନଙ୍କୁ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ମନୀଷ ସିସୋଦିଆ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସୂଚିତ କରିଛନ୍ତି ଓ ଶୀଘ୍ର ବିଚାର କରିବାର ଅଧିକାରକୁ ଏକ ମୌଳିକ ଅଧିକାର ଭାବେ ଗୁରୁତ୍ୱ ଦେଇଛନ୍ତି । ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ସତ୍ଯେନ୍ଦ୍ରଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜୈନଙ୍କୁ ଦୀର୍ଘ ଦିନ ହେଲା ଜେଲରେ ଅଟକ ରଖାଯିବା ସମ୍ପର୍କରେ ଜାମିନ ପ୍ରଦାନ କରିବା ବେଳେ କୋର୍ଟ କହିଥିଲେ।

ମନି ଲଣ୍ଡରିଂ ମାମଲାରେ ଜୈନଙ୍କୁ ୨୦୨୨ ମସିହା ମେ’ ୩୦ ତାରିଖରେ ଇଡି ଗିରଫ କରିଥିଲା। ଗିରଫ ପରଠାରୁ ବାରମ୍ବାର ଜାମିନ ଆବେନ କରି ମଧ୍ୟ ଜାମିନ ମିଳିନଥିଲା। କୋର୍ଟ ଆଜି ରାୟ ଦେବା ବେଳେ ବ୍ୟକ୍ତିଗତ ସ୍ୱତନ୍ତ୍ରତାକୁ ଗୁରୁତ୍ୱ ଦେଇ ପିଏମଏଲଏ ଭଳି କଠୋର ଆଇନ ସହ ଜଡ଼ିତ ମାମଲାରେ ସ୍ଵତନ୍ତ୍ରତାର ବହୁତ ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହି ଜାମିନ ଆବେଦନକୁ ଇଡି ବିରୋଧ କରିଥିଲା। ଦୀର୍ଘ ଦିନ ହେଲା ଜେଲରେ ରହିବା କାରଣରୁ କୋର୍ଟ ଜୈନଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ବଳରେ ଜାମିନ ଦେଇଥିଲେ। ଜାମିନ ସମୟରେ କିଛି ସର୍ତ୍ତ ରଖିଛନ୍ତି କୋର୍ଟ। ଏହି ମାମଲା ସହିତ ଜଡିତ କୌଣସି ସାକ୍ଷୀ କିମ୍ଵା ବ୍ଯକ୍ତି ବିଶେଷଙ୍କ ସହ ଯୋଗାଯୋଗ କରିବା ଓ ପ୍ରଭାବିତ କରିବାକୁ ସତ୍ଯେନ୍ଦ୍ରଙ୍କୁ ବାରଣ କରାଯାଇଛି । କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାତ୍ରା କରିବାକୁ ବାରଣ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *