Pratidin TV

Odisha's Digital News Platform

ଦାନା ବାନ୍ଧୁଛି ବାତ୍ୟା ‘ଦାନ’ , ଜାଣନ୍ତୁ କିପରି ଆଉଁ କେଉଁଠି ରହିବ ଏହାର ପ୍ରଭାବ ?

1 min read

ଉତ୍ତର ଆଣ୍ଡାମାନ ଉପକୂଳରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ଯାହା ଖୂବ୍ ଶୀଘ୍ର ଭୀଷଣ ବାତ୍ୟା ରୂପ ନେଇପାରେ। ପବନର ବେଗ ୧୫୦କିମି ଡେଇଁପାରେ। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ।

ଲଘୁଚାପ ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ତେବେ କେତେକ ପାଣିପାଗ ମଡେଲ ବାତ୍ୟା ନେଇ ସୂଚନା ଦେଲେଣି। ଗଭୀର ଅବପାତ ଆସନ୍ତା ୨୪ ତାରିଖରେ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଝଡ଼ ଓଡ଼ିଶା ମୁହାଁହେବ। ଆସନ୍ତା ୨୪ ତାରିଖ ସକାଳେ କିମ୍ବା ସନ୍ଧ୍ୟାରେ ଏହା ପୁରୀ ଏବଂ ଜଗତ୍ସିଂହପୁର ଦେଇ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଉଛି। ସମୁଦ୍ରରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୫୦ରୁ ୧୬୦ କି.ମି. ରହିବ। ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ୯୦ କି.ମି.କୁ ଖସି ଆସିବା ସମ୍ଭାବନା ରହିଛି।

Advertisement

ଲଘୁଚାପ ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁ ରାଜ୍ୟରେ ୨୨ରୁ ୨୬ ଯାଏ ବର୍ଷା ଲାଗି ରହିବ। ୨୩ରୁ ୨୫ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷକରି ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହିତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *