Pratidin TV

Odisha's Digital News Platform

ମୁହଁ ଖୋଲିଲେ ବାପା; ‘ କେବେ ବି ମୁଣ୍ଡ ନୁଆଁଇବେ ନାହିଁ କି କ୍ଷମା ମାଗିବେ ନାହିଁ’

1 min read

ମହାରାଷ୍ଟ୍ରର ବରିଷ୍ଠ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ବଢ଼ିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ମିଳିଛୁ। ଏପରି ସମୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ମୁହଁତୋଡ଼ ଜବାବ ଦେଇଛନ୍ତି ସଲମାନଙ୍କ ବାପା ସଲିମ ଖାନ ।

ମହାରାଷ୍ଟ୍ରର ବରିଷ୍ଠ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ବଢ଼ିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ମିଳିଛୁ। ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଆସୁଥିବା ଧମକ ଉପରେ ମୁହଁ ଖୋଲିଛନ୍ତି ପିତା ସଲିମ ଖାନ। ସେ କହିଛନ୍ତି, ସଲମାନ କାହାକୁ କ୍ଷମା ମାଗିବାର ଆବଶ୍ୟକତା ନାହିଁ କାରଣ ସେ ଆଜି ପର୍ଯ୍ୟନ୍ତ ଏକ ଅସରପା ମାରି ନାହାଁନ୍ତି। ଧମକ କେବଳ ଜବରଦସ୍ତି ଟଙ୍କା ଆଦାୟର ବିଷୟ। ଗତ ବର୍ଷ ଠାରୁ ସଲମାନଙ୍କୁ ହତ୍ୟା ଧମକ ମିଳୁଛି। ବିଶେଷକରି ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ଅବସ୍ଥା ଆହୁରି ଖରାପ ହୋଇଯାଇଛି।

Advertisement

ଏକ ସାକ୍ଷାତକାର ସମୟରେ ସଲିମ ଖାନ କହିଛନ୍ତି, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ମୁଖରେ ସଲମାନ କେବେ ବି ମୁଣ୍ଡ ନୁଆଁଇବେ ନାହିଁ କି କ୍ଷମା ମାଗିବେ ନାହିଁ ବୋଲି ସଫା ସଫା କହିଦେଇଛନ୍ତି ସଲିମ । ମୋ’ ପୁଅ କେବେ ବି କୌଣସି ପଶୁ ଶିକାର କରିନି। ପଶୁ ଦୂରର କଥା ସେ କେବେ ବି ଏକ ଅସରପାକୁ ମାରିନି ବୋଲି କହିଛନ୍ତି ସଲିମ ।

ସଲମାନଙ୍କ ଦ୍ୱାରା ପ୍ରତିଷ୍ଠିତ NGO ‘Being Human’ କରୋନା ସମୟରେ ବହୁ ଲୋକଙ୍କୁ ସାହାଯ୍ୟ କରିଛି। ଆମେ ସବୁବେଳେ ସେପରି ଲୋକଙ୍କ ନିକଟରେ ଛିଡ଼ା ହୋଇଛୁ ଯେଉଁମାନେ ସାହାଯ୍ୟ ଆଶା କରୁଥିଲେ। ଆମ ପରିବାର ହିଂସାରେ କେବେ ବି ବିଶ୍ୱାସ କରେନି । ତେଣୁ ସଲମାନ କେବେ ବି ମୁଣ୍ଡ ନୂଆଁଇବେ ନାହିଁ କି କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି।

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଅଜିତ ପାୱାର ଏନସିପିର ଭେଟେରାନ ନେତା ବାବା ସିଦ୍ଦିକିଙ୍କୁ ଅକ୍ଟୋବର ୧୨ ରାତିରେ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସର ସୂଚନାନୁସାରେ, ତାଙ୍କୁ ତିନି ଜଣ ଶୁଟର ହତ୍ୟା କରିଥିଲେ। ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତ ମଧ୍ୟ ଚାଲିଛି। ଏଥି ସହିତ ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମଧ୍ୟ ମିଳୁଛି।

ଏହାପରେ ବାନ୍ଦ୍ରାରେ ଥିବା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟର ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି। ୬୦ ଜଣ ପୁଲିସ୍‌ କର୍ମଚାରୀ ସାଦା ପୋଷାକରେ ଗାଲାକ୍ସି ଆପାର୍ଟମେଣ୍ଟ ନିକଟରେ ମୁତୟନ ରହିଛନ୍ତି। ସେମାନେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଉଛନ୍ତି। ସେମାନେ ଏସଓପି ଅନୁସାରେ କାର୍ଯ୍ୟ କରୁଥିବା ବେଳେ ଉକ୍ତ ଅଞ୍ଚଳରେ ହେଉଥିବା ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *