Pratidin TV

Odisha's Digital News Platform

ଅଟୋକୁ ପିଟିଲା ବସ୍‌; ୮ ପିଲାଙ୍କ ସମେତ ୧୧ ମୃତ

1 min read

ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ପିଟିଲା ବସ୍‌ । ଚାଲିଗଲା ୧୧ ଜଣଙ୍କ ଜୀବନ । ରାଜସ୍ଥାନର ଧୌଲପୁରରେ ଘଟିଛି ଏଭଳି ଅଭାବନୀୟ ଦୁର୍ଘଟଣା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, କରୌଲି-ଧୌଲପୁର ଜାତୀୟ ରାଜପଥର ଏନ୍‌ଏଚ୍‌-୧୧(ବି) ସ୍ଥିତ ସୁନିପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ସ୍ଲିପର କୋଚ୍‌ ବସ୍‌ ଦ୍ରୁତ ଗତିରେ ଆସି ଏକ ଅଟୋକୁ ଧକ୍କା ଦେଇଛି। ଫଳରେ ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଛୋଟ ପିଲା ଅଛନ୍ତି। ସେହିପରି ଦୁଇ ଜଣ ମହିଳା ଓ ଜଣେ ପୁରୁଷ ମଧ୍ୟ ଅଛନ୍ତି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଟୋରେ ମିଳିଥିବା ସମସ୍ତ ମୃତକ ବାଡି ସହରର ଗୁମଟ ଅଞ୍ଚଳର ବାସିନ୍ଦା। ଏମାନେ ସମସ୍ତେ ବରୌଲି ଗାଁରେ ଭାତ କାର୍ଯ୍ୟକ୍ରମରେ ସାମିଲ ହୋଇ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବସ୍‌ ଦ୍ରୁତ ଗତିରେ ଆସି ଅଟୋକୁ ପଛରୁ ଧକ୍କା ଦେଇଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

Advertisement

Leave a Reply

Your email address will not be published. Required fields are marked *