Pratidin TV

Odisha's Digital News Platform

ବଢୁଛି ବାତ୍ୟା ଆଶଙ୍କା, ୨୩ ତାରିଖ ମଧ୍ୟରେ ଅବପାତରେ ପରିଣତ ହେବ

1 min read

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ | ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ୨୧ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ | ଏହା ଉତ୍ତର-ପଶ୍ଚିମ ଦିଗରେ ମୁହାଁଇ ୨୩ ତାରିଖ ବେଳକୁ ଅବପାତର ରୂପ ନେବ | ଏଭଳି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ | ତେବେ ଆଗକୁ କେତେ ବାତ୍ୟା କେତେ ଶକ୍ତିଶାଳୀ ହେବ ଏବଂ କେଉଁ ଆଡକୁ ମୁହାଁଇବ ଏନେଇ କିଛି ସ୍ପଷ୍ଟ ଆକଳନ କରାଯାଇନାହିଁ | ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ ଦେଖାଉଛନ୍ତି | ଅଧିକାଂଶ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛନ୍ତି | ତେବେ କିଛି ଦର୍ଶାଉଛନ୍ତି ଯେ, ଏହା ଓଡିଶା ମୁହାଁ ହେବ ଆଉ କିଛି ପଶ୍ଚିମବଙ୍ଗ- ବାଂଲାଦେଶ ମୁହାଇବା ନେଇ ସମ୍ଭାବନା ଅଛି ବୋଲି କହୁଛନ୍ତି | ତେବେ ବାତ୍ୟା ପାର୍ବଣ ମାସରେ ବଦଳୁଛି ପାଣିପାଗ ଗତିବିଧି | କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ ମୁହାଁ ହୋଇଛି | ଯାହା ଅବପାତର ରୂପ ନେଇ ୨୩ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷ କରାଇବ |

ଦିନକ ପରେ ଅର୍ଥାତ ଆସନ୍ତା କାଲି ୨୧ ତାରିଖରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର | ଯାହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୩ ତାରିଖରେ ଅବପାତ ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି | ତେବେ ୨୩ ତାରିଖ ବେଳକୁ ସମୁଦ୍ର ମଧ୍ୟରେ ପବନର ବେଗ ରହିବ ଘଣ୍ଟା ପ୍ରତି ୪୫ରୁ ୫0 କିମି | ଏହାପରେ ୨୩ରୁ ୨୫ ତାରିଖ ବେଳକୁ ବର୍ଷା ହେବ | ଲଘୁଚାପର ପ୍ରଭାବ ଉତ୍ତର ଆନ୍ଧ୍ର , ଓଡିଶା, ପଶ୍ଚିମବଙ୍ଗ, ଓ ବାଂଲାଦେଶ ଉପରେ ରହିବ | ତେବେ ବାତ୍ୟା ସମ୍ବନ୍ଧୀୟ ସେପରି କିଛି ପୂର୍ବାନୁମାନ ହୋଇନଥିବା ବେଳେ ଆସନ୍ତା ୨୧ ତାରିଖରେ ଲଘୁଚାପ ସୃଷ୍ଟି ହେଲା ପରେ ହିଁ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି |

Advertisement

Leave a Reply

Your email address will not be published. Required fields are marked *