Pratidin TV

Odisha's Digital News Platform

ଡ୍ରେନ୍‌ରେ ଭାସିଯାଉଥିଲା ବିଡା ବିଡା ଟଙ୍କା , ଛାଣି ଆଣିଲେ ଲୋକ ..

1 min read

ଆସୁଛି ଦୀପାବଳି , ଆଲୋକର ପର୍ବ ପାଇଁ ପୁରା ଦେଶରେ ଉତ୍ସାହ । ଗାଁ ରୁ ସହର ସବୁଠି ସଫେଇ ସହ ଚାଲିଛି ସଜାସଜ୍ଜି । ଆଉ ଏହି ଆଲୋକର ପର୍ବରୁ ସଭିଏଁ ଲାଗିପଡନ୍ତି ଦୀପାବଳି ସପିଂ ରେ । ଘରର କୁନି ଛୁଆଠୁ ବଡ ଯାଏଁ ସଭିଏଁ ସପିଂ ପାଇଁ ଉତ୍ସାହିତ ଥାନ୍ତି । ଆଉ ସବୁଠୁ ଅଧିକ ଖୁସି ଥାନ୍ତି ଘରର ମୁଖିଆ ଯାହାଙ୍କୁ ଦୀପାବଳି ଅବସରରେ ମିଳେ ବୋନସ । ଆଉ ସେହି ବୋନସ ଟଙ୍କାରେ ଘର ପାଇଁ ହୁଏ ଦୀପାବଳି ଖର୍ଚ୍ଚ । କିନ୍ତୁ ଆମେ ଆପଣଙ୍କୁ ଯଦି କହିବୁ ଏଥର ବୋନସ୍ ଆପଣଙ୍କୁ ନିଜ ଅଫିସ୍ ନୁହଁ ବରଂ ଡ୍ରେନ୍‌ରୁ ମିଳିବ କଣ ଆପଣ ବିଶ୍ୱାସ କରିବେ ?

ଆଜ୍ଞା ହଁ ଏମିତି ଏକ ଘଟଣା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ନାଳ ବା ଡ୍ରେନରୁ ମିଳିଛି ବିଡା ବିଡା ବୋନସ । ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାର ଅଟପାଡିରେ ଡ୍ରେନରେ ପାଣି ଭଳି ବହିଯାଉଥିଲା ଲକ୍ଷ ଲକ୍ଷ ଟଙ୍କା । ସେ ପୁଣି ଖାଲି ୫୦୦ ଟଙ୍କିଆ ବଣ୍ଡଲ ବଣ୍ଡଲ ନୋଟ୍ । ଭାସି ଯାଉଥିବା ନୋଟ୍ ନେବାକୁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଲାଗିଥିଲା । ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା । ଶନିବାର ସାପ୍ତାହିକ ବଜାରକୁ ଆସିଥିବା ଲୋକମାନେ ଦେଖିଲେ ଯେ ଡ୍ରେନରେ ୫୦୦ ଟଙ୍କା ନୋଟ୍ ପ୍ରବାହିତ ହେଉଛି । ଏହା ପରେ ଲୋକମାନେ ନୋଟ୍ ଧରିବା ପାଇଁ ଡ୍ରେନ୍ ଭିତରକୁ ଡେଇଁଲେ । ଅନୁମାନ କରାଯାଉଛି ଯେ ଲୋକମାନେ ନଦୀରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି।

Advertisement

ସୂଚନାନୁସାରେ, ଶନିବାର ଦିନ ଅଟାପାଡି ସହରରେ ଏକ ସାପ୍ତାହିକ ବଜାର ଆୟୋଜନ କରାଯାଇଥିଲା । ଏହି ବଜାର ଅମ୍ବାବାଇ ମନ୍ଦିର ପାଖରେ ଥିବା ଡ୍ରେନ୍ ନିକଟରେ ଗାଁରେ ଅବସ୍ଥିତ । ଏହା ଏକ ବଜାର ଦିନ ହୋଇଥିବାରୁ ଲୋକମାନେ ସକାଳେ ଆସୁଥିଲେ । ସକାଳ ପ୍ରାୟ ୯ ଟାରେ ବଜାରକୁ ଯାଉଥିବା କିଛି ଲୋକେ ଦେଖିଲେ ଡ୍ରେନରୁ ନୋଟ୍ ଭାସୁଛି । ଏହା ପରେ କିଛି ଲୋକ ପାଣି ଭିତରକୁ ପ୍ରବେଶ କଲେ ଏବଂ ଏହି ନୋଟଗୁଡିକ ଅସଲି କି ନାହିଁ ଯାଞ୍ଚ କଲେ ? ୫୦୦ ଟଙ୍କିଆ ନୋଟ୍ ପ୍ରକୃତ ବୋଲି ସୂଚନା ପାଇବା ପରେ ଏହି ଖବର ଅଞ୍ଚଳରେ ପବନ ପରି ବ୍ୟାପିଗଲା । ଏହା ପରେ ବହୁ ସଂଖ୍ୟକ ଲୋକ ନୋଟ୍ ସଂଗ୍ରହ କରିବାକୁ ଡ୍ରେନ୍ ଭିତରକୁ ଡେଇଁପଡିଥିଲେ।

Leave a Reply

Your email address will not be published. Required fields are marked *