Pratidin TV

Odisha's Digital News Platform

ୱାୟନାଡ ଉପନିର୍ବାଚନରେ ପ୍ରିୟଙ୍କା ବିରୋଧରେ ଲଢିବେ ବିଜେପିର ନଭ୍ୟା ହରିଦାସ

1 min read

BJP's Navya Haridas will fight against Priyanka in the Wayanad by-election

ଓ୍ବାୟନାଡରେ ଦେଖିବାକୁ ମିଳିବ କଡା ଟକ୍କର | ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ କଡା ଟକ୍କର ଦେବେ ବିଜେପିର ନଭ୍ୟା ହରିଦାସ | ୨୦୧୯ ରେ ରାହୁଲ ଗାନ୍ଧୀ ପ୍ରଥମ ଥର ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ | ଚଳିତ ଥର ମଧ୍ୟ ୨0୨୪ରେ ନିର୍ବାଚନରେ ଓ୍ବାୟନାଡ ଆସନରୁ ନିର୍ବାଚନ ଲଢ଼ି ୨ଟି ଆସନ ଓ୍ବାୟନାଡ ଓ ରାଏବରେଲୀ ଜିତିଥିଲେ ରାହୁଲ ଗାନ୍ଧୀ | ତେବେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଭାବରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ପାର୍ଥୀ ଘୋଷଣା କରିଛି ବିଜେପି |

କେରଳର ଓ୍ବାୟନାଡ୍‌ ଲୋକ ସଭା ଆସନ ପାଇଁ ନଭେମ୍ବର ୧୩ରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପା ସେଠାରୁ ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି। ସେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ।

Advertisement

ନଭ୍ୟା ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦିକା ଅଛନ୍ତି। ସେ କୋଝିକୋଡ୍‌ କର୍ପୋରେଶନରୁ ଦୁଇଥର କାଉନ୍‌ସିଲର ରହିବା ସହ କର୍ପୋରେଶନର ଭାଜପା ସଂସଦୀୟ ଦଳ ନେତା ଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ତାଙ୍କୁ କୋଝିକୋଡ୍‌ ସାଉଥ୍‌ ଆସନରୁ ଏନ୍‌ଡିଏ ପ୍ରାର୍ଥୀ କରାଯାଇଥିଲା। ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨ଟି ଆସନରୁ ବିଜୟୀ ହେବା ପରେ ରାଏବରେଲିକୁ ନିଜ ହାତରେ ରଖି ଓ୍ବାୟନାଡ୍‌ ଆସନକୁ ଛାଡ଼ିଥିଲେ। ଫଳରେ ସେଠାରେ ଉପନିର୍ବାଚନ ଆବଶ୍ୟକ ପଡ଼ିଥିଲା। ସେଠାରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *