Pratidin TV

Odisha's Digital News Platform

୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଜିଠୁ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଶିକ୍ଷାକ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରତିନିଧି ମଣ୍ଡଳୀ ସହ ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତ କରିବେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ଶିକ୍ଷାକ୍ଷେତ୍ରରେ ଉଭୟ ଦେଶର ସହଯୋଗ, ଭାଗିଦାରୀ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ।

ସିଙ୍ଗାପୁର ଗସ୍ତ କାଳରେ ଶ୍ରୀ ପ୍ରଧାନ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍, ଉପପ୍ରଧାନମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗ୍, ଶିକ୍ଷାମନ୍ତ୍ରୀ ଚାନ୍ ଚୁନ୍ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅଷ୍ଟ୍ରେଲିଆରେ ଶିକ୍ଷାମନ୍ତ୍ରୀ ଜେସନ କ୍ଲେୟାରଙ୍କୁ ଭେଟିବା ସହିତ ‘ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’ରେ ପରି କାର୍ଯ୍ୟକ୍ରମରେ ଯୋଗଦେବେ।

Advertisement

ପ୍ରଥମେ ସେ ଦୁଇଦିନିଆ ସିଙ୍ଗାପୁର ଗସ୍ତରେ ରହିବେ । ରବିବାର ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ । ସୋମବାର ସେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗ, ଉପପ୍ରଧାନମନ୍ତ୍ରୀ ଗନ କିମ୍‌ ୟୋଙ୍ଗ, ଶିକ୍ଷାମନ୍ତ୍ରୀ ଚାନ୍‌ ଚୁନ ସିଙ୍ଗ ଏବଂ ବିଦେଶ ମନ୍ତ୍ରୀ ଭିଭିଆନ ବାଲିକ୍ରିଷ୍ଣନଙ୍କୁ ଭେଟି ଆଲୋଚନା କରିବେ । ସେ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ ସ୍ଥାନୀୟ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ । ଏଥିସହ ସେ ଆଇଆଇଟି ଓ ଆଇଆଇଏମ୍‌ର ପ୍ରତିନିଧି ଓ ଶିକ୍ଷାବିତଙ୍କୁ ଭେଟି ୨ଦେଶର ଶିକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରିବେ ।

ସେହିଭଳି ୩ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଆସନ୍ତା ୨୩ ତାରିଖରେ ସେ ମେଲବୋର୍ଣ୍ଣ ଠାରେ ସେଠାକାର ଶିକ୍ଷାମନ୍ତ୍ରୀ ଜାସୋନ କ୍ଲାରଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହି ଅବସରରେ ସେ ଅଷ୍ଟ୍ରେଲିଆ ଆନ୍ତର୍ଜାତିକ ଶିକ୍ଷା ସମ୍ମିଳନୀରେ ଉଦ୍‌ବୋଧନ ଦେବେ । ଆରଏମ୍‌ଆଇଟି ବିଶ୍ୱବିଦ୍ୟାଳୟର ‘ଡିସ୍‌କଭରୀ ଟୁ ଡିଭାଇସ୍‌’ କେନ୍ଦ୍ର ଏବଂ ମୋନାସ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ । ସେଠାରେ ସେ ଶିକ୍ଷାବିତ୍‌ ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

୨୪ ତାରିଖରେ ସେ ସିଡ୍‌ନୀ ଠାରେ ଅବୁର୍ଣ୍ଣ ଲଙ୍ଗ ଡେ ଚାଇଲ୍ଡ କେୟାର ସେଣ୍ଟର ଯିବେ । ଇନୋଭେଟିଭ ରିସର୍ଚ୍ଚ ୟୁନିର୍ଭର୍ସିଟିର ପ୍ରତିନିଧିଙ୍କ ସହ ଭାବ ବିନିମୟ କରିବେ ଏବଂ ଦ୍ୱିତୀୟ ଅଷ୍ଟ୍ରଲିଆ-ଭାରତ ଶିକ୍ଷା ଓ ଦକ୍ଷତା ପରିଷଦରେ ସାମିଲ ହେବେ ।

୨୫ ତାରିଖରେ ସେ ଗ୍ରାନଭିଲେ ସାଉଥ କ୍ରିଏଟିଭ୍‌ ଆଣ୍ଡ ପରଫର୍ମିଂ ଆର୍ଟସ ହାଇସ୍କୁଲ ପରିଦର୍ଶନ କରିବେ । ଏଥିସହ ମାକ୍ୱାରି ପାର୍କ ଇନୋଭେସନ ଡିଷ୍ଟ୍ରିକ୍ଟ (ଏମ୍‌ପିଆଇଡି) ବୁଲି ଯିବେ । ଏମ୍‌ପିଆଇଡି ହେଉଛି ୧୮୦ ବହୁରାଷ୍ଟ୍ରୀୟ କମ୍ପାନିର କେନ୍ଦ୍ର । ସେଠାରେ ଟେଲିକମ୍ୟୁନିକେସନ, ଡିଜିଟାଲ ଇଣ୍ଡଷ୍ଟ୍ରିଜ, ମେଡିକାଲ ଟେକ୍ନୋଲୋଜି ଓ ଫାର୍ମାସ୍ୟୁଟିକାଲ୍ସ ଭଳି ଅନେକ କମ୍ପାନି ରହିଛନ୍ତି ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମେଲବର୍ଣ୍ଣ ସ୍ଥିତ କାଙ୍ଗନ୍ ଇନଷ୍ଟିଚ୍ୟୁଟ୍ ଓ ଡିକିନ୍ ୟୁନିଭରସିଟିକୁ ଯିବେ । ପରେ ଅଷ୍ଟ୍ରେଲିଆର ଦକ୍ଷତା ଏବଂ ତାଲିମ ମନ୍ତ୍ରୀ ବ୍ରିନଡେନ ଓ’ କୋନ୍ନୋରଙ୍କ ସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଦ୍ୱିପାକ୍ଷିକ ବୈଠକରେ ଯୋଡ଼ିହେବେ । ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟରେ ଏକ ବୈଠକରେ ଉପସ୍ଥିତ ରହିବେ । ଅଷ୍ଟ୍ରେଲିଆ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ମୋନାସ୍ ବିଶ୍ୱବିଦ୍ୟାଳୟ ଓ କନସୁଲେଟ୍ ଜେନେରାଲ ଅଫ୍ ଇଣ୍ଡିଆର ପୃଥକ ପୃଥକ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି ।

Leave a Reply

Your email address will not be published. Required fields are marked *