Pratidin TV

Odisha's Digital News Platform

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଆଳୁ-ପିଆଜ 

1 min read

Potato-onion used in atomic bomb testing

ପରମାଣୁ ବୋମା ପାଇଁ ବ୍ୟବହାର କରାଯାଏ ଆଳୁ, ପିଆଜ | ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁ ମାନଙ୍କ ପାଖରେ ପରମାଣୁ ବୋମା ରହିଛି | ଭାରତ ଏହି ଶକ୍ତିଶାଳୀ ଦେଶ ମଧ୍ୟରୁ ଗୋଟିଏ | ଆପଣ ପରମାଣୁ ବୋମା ଓ ଏହାର ପରୀକ୍ଷଣକୁ ବହୁ ରୋଚକ କଥା ଶୁଣିଥିବେ। କିନ୍ତୁ ପରମାଣୁ ବୋମା ଟେଷ୍ଟିଂରେ କେବେ ପିଆଜ-ଆଳୁ ବ୍ୟବହାର ହୁଏ ଜାଣନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।

ଭାରତ ପୋଖରାନରେ ଯେଉଁ ପରମାଣୁ ପରୀକ୍ଷଣ କରିଛି, ସେଥିରେ ଦାବି କରାଯାଇଛି ଯେ, ଟନ୍‌ ଟନ୍‌ ଆଳୁ ଓ ପିଆଜ ବ୍ୟବହାର କରାଯାଇଛି। ସେହିପରି ଭାରତକୁ ଅନୁସରଣ କରି ବହୁଦେଶ ସେମାନଙ୍କର ପରମାଣୁ ବୋମା ପରୀକ୍ଷଣରେ ପିଆଜ ଓ ଟମାଟୋକୁ ବ୍ୟବହାର କରିଛନ୍ତି। ତେବେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ କି, ବୋମା ପରୀକ୍ଷଣରେ ଆଳୁ-ପିଆଜ କାହିଁକି ବ୍ୟବହାର କରାଯାଉଛି।

Advertisement

ପରମାଣୁ ପରୀକ୍ଷଣରେ ପିଆଜର ବ୍ୟବହାର ବିକିରଣ ମାତ୍ରାକୁ କମ୍‌ କରିବା ପାଇଁ ବ୍ୟବହାର କରାଯାଏ। କାରଣ ପରମାଣୁ ବିସ୍ଫୋରଣରେ ଆଲଫା, ବିଟା ଓ ଗାମା ଇତ୍ୟାଦି କିରଣ ବାହାରିଥାଏ। ପିଆଜ ପାଖରେ ଏହି ବିକିରଣକୁ ଅବଶୋଷିତ କରିବାର କ୍ଷମତା ରହିଛି। ଏଥିପାଇଁ ପରମାଣୁ ପରୀକ୍ଷଣ ସ୍ଥାନରେ ଲକ୍ଷ ଲକ୍ଷ ଟନ୍‌ ପିଆଜ ପୋତା ଯାଇଥାଏ। ପରମାଣୁରୁ ବିକିରଣ ହେଉଥିବା ଆଲୋକକୁ ନିୟନ୍ତ୍ରଣ କରିବା ଜରୁରୀ କାରଣ ଯଦି ବିକିରଣ ମଣିଷ ସଂସ୍ପର୍ଶରେ ଆସେ, ତୁରନ୍ତ ରକ୍ତ ଟିସୁ ନଷ୍ଟ ହୋଇପାରେ।

ପିଆଜରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଜେନୋଟକ୍ସିକ ରହିଛି। ଏଥିରେ ଫ୍ଲାଭୋନାଏଡ ଏବଂ ଫେନୋଲିକ ଏସିଡ ମଧ୍ୟ ଭରପୂର ରହିଛି। ରିପୋର୍ଟ ଅନୁଯାୟୀ, ପରମାଣୁ ବୋମା ପରୀକ୍ଷଣରୁ ମୁକ୍ତ ହୋଇଥିବା ବିକିରଣର ପ୍ରଭାବ ଅଧ୍ୟୟନ ପାଇଁ ପିଆଜ ମୂଳ ବ୍ୟବହୃତ ହୁଏ। – ଏକ କୌତୁହଳପୂର୍ଣ୍ଣ ତଥ୍ୟ ଯାହା ଖୁବ କମ ଲୋକ ଜାଣନ୍ତି ତାହା ହେଉଛି, ପିଆଜ ସଂରକ୍ଷଣ ସମୟରେ ଗାମା ବିକିରଣର ସ୍ତର ମଧ୍ୟ ସୂଚାଇପାରେ।

ସେହିପରି ବିକିରଣର ପ୍ରଭାବକୁ ହ୍ରାସ କରିବାରେ ଆଳୁ ବ୍ୟବହୃତ ହୁଏ। ଏଥିସହ ଆଣବିକ ବିସ୍ଫୋରଣ ଦ୍ୱାରା ଅର୍ଦ୍ଧ-ନଷ୍ଟ ହୋଇଯାଉଥିବା ଖାଦ୍ୟ କିପରି ପ୍ରଭାବିତ ହୁଏ ତାହା ଦେଖିବା ପାଇଁ ଆଳୁ ମଧ୍ୟ ବ୍ୟବହୃତ ହୁଏ। ଟେନେସି ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅନୁସନ୍ଧାନକାରୀମାନେ ଆବିଷ୍କାର କରିଛନ୍ତି ଯେ, ଆଳୁ ଗାମା ବିକିରଣକୁ ବିଶେଷ ଭାବରେ ଗ୍ରହଣ କରିଥାଏ, ଯାହା ଉଦ୍ଭିଦ-ଆଧାରିତ ସେନ୍ସର ସୃଷ୍ଟି କରିବାରେ ବ୍ୟବହୃତ ହୋଇପାରେ ଯାହା ସମ୍ପ୍ରଦାୟକୁ କ୍ଷତିକାରକ ବିକିରଣରୁ ରକ୍ଷା କରିଥାଏ।

Leave a Reply

Your email address will not be published. Required fields are marked *