Pratidin TV

Odisha's Digital News Platform

ଦିଲ୍ଲୀ CRPF ସ୍କୁଲ୍‌ କ୍ୟାମ୍ପସ୍ ବାହାରେ ଭୟଙ୍କର ବିସ୍ଫୋରଣ; ଅଳ୍ପକେ ବର୍ତ୍ତିଲା ଜୀବନ

1 min read

Massive blast outside CRPF school campus, DELHI

ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ । ଆଜି ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳ ସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ କ୍ୟାମ୍ପସ ବାହାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ କିଛି ସମୟ ପାଇଁ ଧୂଆଁମୟ ହୋଇଯାଇଥିଲା ପରିବେଶ । ତେବେ ବିସ୍ଫୋରଣ ପରେ ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଥିବା ବେଳେ କ’ଣ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ସେନେଇ କିଛି ସ୍ପଷ୍ଟିକରଣ ମିଳିପାରିନାହିଁ ।

ସୂଚନା ପାଇ ତୁରନ୍ତ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ଏଫ୍‌ଏସ୍‌ଏଲ୍‌ର ଟିମ୍‌ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧିଗ୍ଧ ମିଳିନାହିଁ। ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କି ଘଟଣା ସ୍ଥଳରେ ଏ ପର୍ଯ୍ୟନ୍ତ ବି କିଛି ସନ୍ଧିଗ୍ଧ ମିଳିନାହିଁ । କେମିତି ଆଉ କେଉଁ ବସ୍ତୁରୁ ଏତେ ଭୟଙ୍କର ବିସ୍ଫୋରଣ ଘଟିଲା ସେନେଇ ମଧ୍ୟ କୌଣସି କାରଣ ଜଣାପଡିନାହିଁ । ତେବେ ସକାଳ ସମୟ ହୋଇଥିବାରୁ ଏହି ଘଟଣାରେ ସୌଭାଗ୍ୟବଶତଃ କେହି ମୃତାହତ ହୋଇନଥିବା ବେଳେ ବିସ୍ଫୋରଣ ହୋଇଥିବା ସ୍ଥାନରେ ଥିବା କିଛି ଘର ଓ ଗାଡି କ୍ଷତିଗ୍ରସ୍ତ ହୋଇଛି ।

Advertisement

ତେବେ ବିସ୍ଫୋରଣ ଯୋଗୁ ଆଖପାଖରେ ଥିବା କିଛି ଘର କ୍ଷତିଗ୍ରସ୍ତ ହୋଇଛି। ଘରର କାଚ ଝରକା ଓ କବାଟ ଭାଙ୍ଗିଯାଇଛି। ଏଥିସହ ପାଖରେ ଥିବା କିଛି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଗାଡ଼ି ଗୁଡ଼ିକର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ରୋହିଣୀ ଡିସିପି ଅମିତ୍ ଗୋଏଲଙ୍କ ସୂଚନା ଅନୁଯାୟୀ, ବିସ୍ଫୋରଣର କାରଣ ଜାଣିବାକୁ ବୋମା ଏକ୍ସପର୍ଟଙ୍କୁ ଡକାଯାଇଛି। ବିସ୍ଫୋରଣର କେନ୍ଦ୍ରବିନ୍ଦୁ ଜାଣିବା ପାଇଁ ଦିଲ୍ଲୀ ପୁଲିସ ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *