Pratidin TV

Odisha's Digital News Platform

ଏଥର ବାଲିଯାତ୍ରାରେ ଚାଲିବ ଇ-ରିକ୍ସା, ଭୁଆଶୁଣୀ ଗଡ଼ାରୁ କ୍ୟାଣ୍ଟନ୍ମେଣ୍ଟ ପର୍ଯ୍ୟନ୍ତ ମାଗଣାରେ ବସ୍ …

1 min read

ଆସୁଛି ଓଡିଶାର ବଡ ପର୍ବ ବାଲିଯାତ୍ରା । କଟକ ସହରକୁ ଛୁଟିବ ସାରା ରାଜ୍ୟରୁ ଲୋକମାନଙ୍କ ଭିଡ । ଆଉ ଏହାରି ଭିତରେ ଜନସାଧାରଣଙ୍କ ପାଇଁ ପ୍ରଶାସନ ପକ୍ଷରୁ ହୋଇଛି ବଡ ଘୋଷଣା ।

ବାଲିଯାତ୍ରାରେ ପରିବହନ ସେବାକୁ ନେଇ ଅନୁଷ୍ଠିତ ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ଗତବର୍ଷ ବାଲିଯାତ୍ରାରେ ଯେଉଁଭଳି ପ୍ରସ୍ତୁତି ହୋଇଥିଲା ଚଳିତବର୍ଷ ମଧ୍ୟ ସେହିଭଳି କଟକ ଆର୍ଟିଓଙ୍କ ପକ୍ଷରୁ ବାଲିଯାତ୍ରା ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏଥର ଭୁଆଶୁଣୀ ଗଡ଼ାରୁ କ୍ୟାଣ୍ଟନ୍ମେଣ୍ଟ ପଡ଼ିଆ ପର୍ଯ୍ୟନ୍ତ ଲୋକମାନଙ୍କୁ ମାଗଣାରେ ବସ୍ ସେବା ଯୋଗାଇ ଦିଆଯିବାକୁ ନିଷ୍ପତି ନିଆଯାଇଛି ।

Advertisement

ସେହିପରି ବାଲିଯାତ୍ରାରେ ଚାଲିବ ଇ-ରିକ୍ସା। ପୁରୀରୁ ଆସିବ ୩୦ଟି ଇ-ରିକ୍ସା। ବାଲିଯାତ୍ରାର ତଳ ପଡ଼ିଆରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ମହିଳା, ଛୋଟ ପିଲାଙ୍କୁ ବୁଲାଇବା ପାଇଁ ଇ-ରିକ୍ସା ଚାଲିବ। ଯେତିକି ଇ-ରିକ୍ସାର ଆବଶ୍ୟକତା ରହିଛି ସେଥିରୁ ୩୦ଟି ଇ-ରିକ୍ସା ପୁରୀରୁ ଅଣାଯିବ। ତେବେ ଏହା ଦେୟମୁକ୍ତ ନୁହେଁ। ଏଥିପାଇଁ ଅର୍ଥ ପ୍ରଦାନ କରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *