ଆମାଜନ୍ ସିଇଓଙ୍କ ବଡ ଘୋଷଣା : କମ୍ପାନୀରୁ ବିଦା ହେବେ ୧୮୦୦ କର୍ମଚାରୀ କମ୍ପାନୀ
1 min readନୂଆଦିଲ୍ଲୀ : ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ଆମାଜନ ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି । ଯାହା ବର୍ତ୍ତମାନ କର୍ମଚାରୀ ମାନଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅର୍ଥନୈତିକ ଅନିଶ୍ଚିତତା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ଏହି ଇ-କମର୍ସ କମ୍ପାନୀ ଘୋଷଣା କରିଛି।
ଆମାଜନ୍ ସିଇଓ ଆଣ୍ଡି ଜାସି କହିଛନ୍ତି, ନଭେମ୍ବରରେ ହୋଇଥିବା ଛଟେଇ ବିଷୟରେ ଆଜି ଆମେ ଆପଣଙ୍କୁ ଅବଗତ କରାଉଛୁ । କମ୍ପାନୀ ନଭେମ୍ବର ମାସରେ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବ ବୋଲି ଘୋଷଣା କରିଥିଲା । ଏବେ ୧୮ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା ହୋଇଛି । କମ୍ପାନୀର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଆଣ୍ଡି ଜାସି କର୍ମଚାରୀଙ୍କୁ ପଠାଯାଇଥିବା ଏକ ନୋଟରେ କହିଛନ୍ତି, ପ୍ରଭାବିତ କର୍ମଚାରୀଙ୍କୁ ଜାନୁଆରୀ ୧୮ରୁ ଏନେଇ ସୂଚନା ଦିଆଯିବ । କର୍ମଚାରୀଙ୍କୁ ହଟାଇବା ଆମ ପାଇଁ କଷ୍ଟକର ଏବଂ ଏହି ନିଷ୍ପତି ଗୁଡ଼ିକୁ ହାଲୁକା ଭାବେ ଗ୍ରହଣ କରୁନାହୁଁ । ଯେଉଁମାନେ ପ୍ରଭାବିତ ହେବେ ସେମାନଙ୍କୁ ସହାୟତା କରିବା ପାଇଁ ଆମେ କାର୍ଯ୍ୟ କରୁଛୁ ଏବଂ ଏକ ପ୍ୟାକେଜ ପ୍ରଦାନ କରିବୁ ।
ଯେଉଁଥିରେ ଅଲଗା ଦେୟ, ସ୍ୱ।।ସ୍ଥ୍ୟ ବୀମା ସୁବିଧା ଏବଂ ବାହ୍ୟ ଚାକିରି ସ୍ଥାନିତ ସହାୟତା ସାମିଲ ଅଛି । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଶ୍ୱବ୍ୟାପୀ ଆମାଜନ୍ ଗ୍ରୁପ୍ର ୧.୫୪ ନିୟୁତ କର୍ମଚାରୀ ଥିଲେ । ଏବେ କିନ୍ତୁ ଏହି ସଂଖ୍ୟା ହ୍ରାସ ପାଇଛି । ବାସ୍ତବରେ ଆମାଜନ୍ କମ୍ପାନୀର ଅଭିବୃଦ୍ଧି ଦ୍ରୁତ ଗତିରେ ହ୍ରାସ ପାଉଛି । ଯେଉଁଥିପାଇଁ ହଜାର ହଜାର କର୍ମଚାରୀଙ୍କୁ କଷ୍ଟ ସହିବାକୁ ପଡିପାରେ ।