Pratidin TV

Odisha's Digital News Platform

ରାଜନୀତିରେ ଏଣ୍ଟ୍ରି କଲେ ରାଜ୍ୟପାଳଙ୍କ ବୋହୁ , ହାରିଥିଲେ ଶଶୂର ବାଜିମାରିବେ ବୋହୁ ..

1 min read

କୁହନ୍ତି ଦୁହିଛତା ଦୁଇ କୂଳକୁ ହିତା ଆଉ ଠିକ୍ ଏହି ରୁଢିକୁ ପ୍ରମାଣ କରି ଦେଖାଇଛନ୍ତି ରାଜ୍ୟପାଳ ରଘୁବର ଦାସ ବୋହୁ । ଶଶୂରଙ୍କ ଅଧୁର ସ୍ୱପ୍ନ ପୂରଣ କରିବାକୁ ମୈଦାନକୁ ଓହ୍ଲାଇପଡିଛନ୍ତି ବୋହୁ । ଯେଉଁଠି ହାରିଥିଲେ ରଘୁବର ଏଥର ସେଇଠୁ ଲଢିବେ ବୋହୁ । ଝାଡଖଣ୍ଡର ନିର୍ବାଚନୀରେ ୬୬ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି ।

ଏହି ପ୍ରାର୍ଥୀଙ୍କ ମଧ୍ୟରେ ବାବୁ ଲାଲ ମାରାଣ୍ଡି, ଚମ୍ପାଇ ସୋରେନ, ସୁଦର୍ଶନ ଭାଗବତଙ୍କ ନାମ ପ୍ରମୁଖ ରହିଛି। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ କଳ୍ପନା ସୋରେନଙ୍କ ବିରୋଧରେ ଭାଜପା ମୁନିୟା ଦେବୀଙ୍କୁ ଝିଡା କରିଛି । ୬୬ ଟି ସିଟ ମଧ୍ୟରୁ ୧୩ ଟିରେ ବିଜେପି ଦଳବଦଳେଇ ଆସିଥିବା ନେତାଙ୍କୁ ମଇଦାନକୁ ଓହ୍ଲାଇଛି। ଦଳ ଘାଟସିଲାରୁ ଚମ୍ପାଇଙ୍କ ପୁଅ ବାବୁଲାଲଙ୍କୁ ଭାଜପା ଟିକେଟ ଦେଇଛି। ଶିବୁ ସୋରେନଙ୍କ ବୋହୂ ସୀତାଙ୍କୁ ଜାମତାରରୁ ଫିଲ୍ଡିଂ କରାଯାଇଛି। ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମାଙ୍କୁ ଜାମସେଦପୁର ପୂର୍ବରୁ ଟିକେଟ୍ ମିଳିଛି। ତେବେ ପୂର୍ଣ୍ଣିମା ଛତିଶଗଡର ଝିଅ ହୋଇଥିବାବେଳେ ଝାଡ଼ଖଣ୍ଡର ବୋହୂ।

Advertisement

ଏହି ଆସନରୁ ରଘୁବର ଦାସ ନିଜେ ୨୦୧୯ରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ହୋଇଥିବା ବେଳେ ଏଥର ବୋହୂ ମୈଦାନକୁ ଓହ୍ଲାଇଛନ୍ତି । ଯାହାର ଫଳ ନଭେମ୍ବର ୨୩ ରେ ଜଣାପଡିବ । କାରଣ ଝାଡ଼ଖଣ୍ଡରେ ୧୩ ନଭେମ୍ବର ଓ ୨୦ ନଭେମ୍ବରରେ ମତଦାନ ଆୟପଜିତ ହେଉଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ହେବ।

Leave a Reply

Your email address will not be published. Required fields are marked *