Pratidin TV

Odisha's Digital News Platform

ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରାରେ ନବୀନ , ରାଜ୍ୟବାସୀଙ୍କୁ କରାଇବେ ସଚେତନ …

1 min read

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ନବୀନ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା । ସବୁ ନିର୍ବାଚନ ମଣ୍ଡଳୀର ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରା କରାଯିବ। ଏହି ଜନସର୍ମ୍ପକ ପଦଯାତ୍ରାରେ ରାଜ୍ୟବାସୀଙ୍କୁ ସଚେତନ କରାଇବେ ନବୀନ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ମିଛ ପ୍ରତିଶୃତି କୁ ନେଇ ଲୋକଙ୍କ ସଚେତନ କରାଇବେ ବିଜେଡି ସୁପ୍ରିମୋ ।

ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ହୋଇଥିଲା । ଯେଉଁଥିରେ ୨୫ ହଜାରରୁ ଅଧିକ ସଭ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ । ଖୁବଶୀଘ୍ର ସଭ୍ୟ ସଂଗ୍ରହ ପାଇଁ ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ କର୍ମଶାଳା ଆୟୋଜନ କରାଯିବ ।

Advertisement

Leave a Reply

Your email address will not be published. Required fields are marked *