Pratidin TV

Odisha's Digital News Platform

ରାହୁଲ ଗାନ୍ଧିଙ୍କୁ ନାଁରେ ସୋସିଆଲ ମିଡିଆରେ ପୋଷ୍ଟ କରି , କ୍ଷମା ମାଗିଲେ ବୁଦ୍ଧାଦିତ୍ୟ…

1 min read

ଫେସବୁକ ରେ ପୋଷ୍ଟ କରି ଭୁଲ ମାଗିଲା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ଵିଵାଦ ବିବାଦ ପରେ ତୁରନ୍ତ ପୋଷ୍ଟ ହଟାଇଥିବା କହିଛନ୍ତି ବୁଦ୍ଧାଦିତ୍ୟ। ଭୁଲବଶତଃ ଏଭଳି ପୋଷ୍ଟ କରିଥିବା ସେ କହିଛନ୍ତି। ସମଗ୍ର କଂଗ୍ରେସ ପରିବାର ଓ ରାହୁଲ ଗାନ୍ଧୀଙ୍କୁ ବୁଦ୍ଧାଦିତ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି। ଏଭଳି ଭୁଲ୍ ନହେବା ପାଇଁ ଆଗକୁ ସତର୍କ ରହିବି ବୋଲି କହିଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି।

ସୂଚନାଯୋଗ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ଏହା ବିରୋଧରେ ନ୍ୟାସନାଲ ଷ୍ଟୁଡେଣ୍ଟସ ୟୁନିଅନ ଅଫ୍ ଇଣ୍ଡିଆ (ଏନଏସୟୁଇ) ପୋଲିସ ନିକଟରେ ଅଭିଯୋଗ କରିଥିଲେ । ରାଜ୍ୟ NSUI ସଭାପତି ଉଦିତ ପ୍ରଧାନ ଶୁକ୍ରବାର ଦିନ କ୍ୟାପିଟାଲ ଥାନାରେ ଅଭିଯୋଗ ଦାଖଲ କରିବା ସହ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

Advertisement

ବୁଦ୍ଧାଦିତ୍ୟ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ଏନସିପି ନେତା ବାବା ସିଦ୍ଦିକଙ୍କୁ ହତ୍ୟା କରିବା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ପରବର୍ତ୍ତୀ ଟାର୍ଗେଟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ହେବା ଉଚିତ। ଆମ ନେତାଙ୍କ ବିରୋଧରେ ଏପରି ମନ୍ତବ୍ୟକୁ ଆମେ ବରଦାସ୍ତ କରିପାରିବୁ ନାହିଁ।” ଅଭିଯୋଗ ସହିତ ଉଦିତ ପ୍ରଧାନ ସୋସିଆଲ ମିଡିଆ ପୋଷ୍ଟର ସ୍କ୍ରିନ ସଟ୍ ପୋଲିସ ନିକଟରେ ଦାଖଲ କରିଥିଲେ।ଏହାପରେ ଫେସବୁକ ରେ କରିଥିବା ପୋଷ୍ଟ କୁ ଡିଲିଟ କରିବା ସହିତ ସମଗ୍ର କଂଗ୍ରେସ କର୍ମୀଙ୍କୁ କ୍ଷମା ମାଗିଛନ୍ତି ଅଭିନେତା ।

Leave a Reply

Your email address will not be published. Required fields are marked *