Pratidin TV

Odisha's Digital News Platform

ସାବଧାନ,ଏହି ୯ ଜିଲ୍ଲାରେ ତାଣ୍ଡବ ରଚିବ ଦାନା !

1 min read

ଛେଚିବ ବର୍ଷା , ଓଡିଶା ଭସାଇବ ଦାନା । ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ୨୩ ତାରିଖରୁ ବଢ଼ିବ ଏହି ବର୍ଷା ଆଉ ୨୫ ଯାଏ ପ୍ରବଳ ବର୍ଷିବ । ୨୪ରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

୨୩ ରୁ ୨୪ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେଥିପାଇଁ ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ,ପୁରୀ , ଖୋର୍ଦ୍ଧା ଏବଂ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୫ ତାରିଖରେ ପୁରୀ, ଖୋର୍ଦ୍ଧା, ଗଂଜାମ ଓ ଜଗତସିଂପୁର ସହ କେନ୍ଦ୍ରାପଡା, କଟକ, ନୟାଗଡ , ଖୋର୍ଦ୍ଧା ଓ ଗଂଜାମରେ ପ୍ରବଳରୁ ଅତି ପ୍ରବଳ ହେବ।

Advertisement

Leave a Reply

Your email address will not be published. Required fields are marked *