Pratidin TV

Odisha's Digital News Platform

ସମ୍ବଲପୁରରେ ବୋମା ଆତଙ୍କ , ସର୍ଭିସ ରୋଡ ସନ୍ଧିଗ୍ଧ ଟ୍ରଲି ବ୍ୟାଗ ଠାବ ।

1 min read

ସମ୍ବଲପୁର ; ରବିବାର ସମ୍ବଲପୁର ସହରର ଅଇଁଠାପାଲି ଛକ ସର୍ଭିସ ରୋଡ ଠାରେ ଏକ ଅଜଣା ବ୍ୟାଗ ମଧ୍ୟରେ ବୋମା ଥିବା ନେଇ ଗୁଜବ ହୋଇଥିଲା । ତେବେ ଅଇଁଠାପାଲି ପୋଲିସ ସହ ଘଟଣା ସ୍ଥଳକୁ ବମ ନିଷ୍କ୍ରୟ ଦଳ ପହଞ୍ଚି ବ୍ୟାଗ କୁ ଯାଞ୍ଚ କଲା ପରେ ଘଟଣା ଟି ଗୁଜବ ବୋଲି ପ୍ରମାଣିତ ହୋଇଥିଲା ।

ସୁଚନା ଅନୁସାରେ ଆଜି ରାତିରେ ଅଇଁଠାପାଲି ଥାନା ଅନ୍ତର୍ଗତ ଅଇଁଠାପାଲି ଛକ ସାର୍ଭିସ ରୋଡ ଠାରେ ଏକ ଅଜଣା ଟ୍ରଲି ବ୍ୟାଗ ବହୁ ସମୟ ଧରି ଜନ ଗହଳି ସ୍ଥାନରେ ପଡି ରହିଥିଲା । ତେବେ ଅନେକ ସମୟ ପରେ ବି କେହି ଏହି ଅଜଣା ଟ୍ରଲି ବ୍ୟାଗକୁ ନ ନେବାରୁ ଏଥିରେ ବୋମା ଥିବା ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ଏନେଇ ଅଇଁଠାପାଲି ପୋଲିସ କୁ ସୁଚନା ଦିଆଯିବା ପରେ ଘଟଣା ସ୍ଥଳରେ ପୋଲିସ ସହ ବମ ନିଷ୍କ୍ରୟ ଦଳ ପହଞ୍ଚି ଅଇଁଠାପାଲି ଛକର ସର୍ଭିସ ରୋଡକୁ ସିଲ୍ କରିବା ସହ ଅଜଣା ଟ୍ରଲି ବ୍ୟାଗ କୁ ଯାଞ୍ଚ କରାଯାଇଥିଲା ।

Advertisement

ବହୁ ସମୟ ଧରି ଯାଞ୍ଚ ପରେ ବ୍ୟାଗ ଭିତରେ କେବଳ କିଛି ପୋଲିଥିନ ଓ କପଡା ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ପୋଲିସ କିଏ ଓ କାହିଁକି ଏପରି ଅବସ୍ଥାରେ ଟ୍ରଲି ବ୍ୟାଗକୁ ଏଠାରେ ରଖିକି ଯାଇଛି ସେନେଇ ମଧ୍ୟ ତଦନ୍ତ ଆରମ୍ଭ କରିଛି । ଏହାସହ ଅଇଁଠାପାଲି ଛକ ଆଖପାଖ ଅଞ୍ଚଳରେ ପୋଲିସ ଓ ବମ ସ୍କ୍ବାଡ ନିଜ ଅନୁସନ୍ଧାନ ଯାରି ରଖିଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *