Pratidin TV

Odisha's Digital News Platform

ବିଜେବି କଲେଜ୍ ଛାତ୍ରଙ୍କୁ ପିଟିବା ଘଟଣା : ଗିରଫ୍ ହେଲେ ୪ ଛାତ୍ର

1 min read

ଭୁବନେଶ୍ୱର : ଭୁବନେଶ୍ୱର ବିଜେବି କଲେଜରେ ଛାତ୍ରଙ୍କ ରାଗିଂ ଭିଡିଓ ଭାଇରାଲ୍ ଘଟଣା । ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତ ସମ୍ପୃକ୍ତ ରହିଛନ୍ତି । ୪ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ସମସ୍ତ ଅଭିଯୁକ୍ତ ଯୁକ୍ତ ଦୁଇ କଳା ବିଭାଗର ଛାତ୍ର । ବଡଗଡ ଥାନା ପୋଲିସ ଏହି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବଂ ନାବାଳକ ଜଣଙ୍କୁ ସୁଧାର ଗୃହକୁ ପଠାଇଛି ।

Advertisement

ବୁଧବାର ଦିନ ଜଣେ +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରଙ୍କୁ କିଛି ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ସ୍ପଷ୍ଟ ଦିବାଆଲୋକରେ କଲେଜ୍ କ୍ୟାମ୍ପସ ଭିତରେ ସମସ୍ତଙ୍କ ଉପସ୍ଥିତିରେ ଛାତ୍ରମାନେ ଆତଙ୍କ ସୃ୍‌ଷ୍ଟି କରିଥିଲେ । ବଡ଼ଗଡ଼ ଥାନା ପୁଲିସ ଏକ ମାମଲା ରୁଜୁକରି ୪ଜଣ ଛାତ୍ରଙ୍କୁ ଅଟକ ରଖି ପଚରା ଉଚରା କରି ଗିରଫ କରିଛି ପୋଲିସ୍ । ପ୍ରତିଦିନ ଉକ୍ତ ଛାତ୍ର ତାଙ୍କ ପିଲାଦିନର ବାନ୍ଧବୀଙ୍କ ସହ ମିଶି କଲେଜ ଆସନ୍ତି । ବାନ୍ଧବୀଙ୍କ ବାପା ଉଭୟଙ୍କୁ କଲେଜ ନେବା ଆଣିବା
କରନ୍ତି । ଯାହାକି କିଛି ବରିଷ୍ଠ ଛାତ୍ରଙ୍କ ଆଖିରେ ଯାଇନଥିଲା ।

ଛାତ୍ରଛାତ୍ରୀଙ୍କ ପାରିବାରିକ ସମ୍ପର୍କକୁ କେତେକ ଭିନ୍ନ ରୂପ ଦେଇଥିଲେ । ଦୁଇଦିନ ତଳେ କିଛି ଛାତ୍ର ପୀଡ଼ିତ ଛାତ୍ରଙ୍କ ନିକଟକୁ ଆସି ଧମକ ଚମକ ଦେଇଥିଲେ । ଛାତ୍ରୀଙ୍କ ସହ ନ ମିଶିବାକୁ ମଧ୍ୟ ଚେତାବନୀ ଦେଇଥିଲେ । ଭୟ ସୃଷ୍ଟି କରିବା ପାଇଁ ତାଙ୍କ ଚଷମା ଟାଣି ଫିଙ୍ଗିଦେଇଥିଲେ । ଭୟଭୀତ ଅବସ୍ଥାରେ ଥିବା ଛାତ୍ର ଜଣଙ୍କ ଘରକୁ ଯିବା ପରେ କଲେଜ୍ରେ ପଢ଼ୁଥିବା +୩ର ଜଣେ ସମ୍ପର୍କୀୟଙ୍କୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ । ଏହାପରେ ସେ ଆକ୍ରମଣ କରିଥିବା ଛାତ୍ରମାନଙ୍କୁ ପଚରାଉଚରା କରିଥିଲେ ।ହେଲେ +୩ଛାତ୍ରଙ୍କୁ କାହିଁକି ଘଟଣା ବିଷୟରେ କହିଲ ବୋଲି କହି ଆକ୍ରମଣ କରିଥିବା ଛାତ୍ରଗୋଷ୍ଠୀ ଉତ୍‌କ୍ଷିପ୍ତ ହୋଇଯାଇଥିଲେ ।ଏହାପରେ ପୀଡ଼ିତ ଛାତ୍ରକୁ ପାନେ ଦେବାକୁ ଯୋଜନା କରଥିଲେ ।

ବୁଧବାର ଦିନ ତାଙ୍କୁ କଲେଜରେ ଦେଖିବା ମାତ୍ରେ ସିନିୟର ଛାତ୍ରଗୋଷ୍ଠୀ ସଂଘବଦ୍ଧ ଭାବେ ତାଙ୍କୁ ଘେରିଯାଇଥଲେ । କ୍ୟାମ୍ପସରେ ଥିବା ଏକ ଗଛମୂଳ ପିଣ୍ଡିକୁ ନେଇ ସେଠାରେ ବସାଇ ଅକଥନୀୟ ନିର୍ଯ୍ୟତନା ଦେଇଥିଲେ । ତାସହ ନିର୍ଧୁମ୍ ମାଡ ମାରିଥିଲେ ।

Leave a Reply

Your email address will not be published. Required fields are marked *