Pratidin TV

Odisha's Digital News Platform

ଆତଙ୍କୀଙ୍କୁ ପ୍ରଶ୍ନ କଲା କୁନି ଝିଅ ; କଣ ଥିଲା ମୋ ବାପାଙ୍କ ଭୁଲ ? କାହିଁକି ନେଲ ତାଙ୍କ ଜୀବନ ?

1 min read

କଇଁ କଇଁ ହୋଇ କାନ୍ଦୁଛି କୁନି ଝିଅ , କ୍ୟାମେରା ସାମ୍ନାରେ ଆଖିକୁ ମଳି ଅଳି କରି କହୁଛି , ବହୁତ୍ ଖରାପ୍ ଆତଙ୍କବାଦୀ ଅଙ୍କଲମାନେ । କାହିଁକି ମୋ ବାପାଙ୍କ ଜୀବନ ନେଲ ? କଣ ଭୁଲ କରିଥିଲେ ସେ ?

ଘଟଣା ଅନୁଯାୟୀ ରବିବାର ଆତଙ୍କବାଦୀ ଆକ୍ରମଣରେ ଜାମ୍ମୁ କାଶ୍ମୀରରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ନିହତ ହୋଇଥିବା ଆର୍କିଟେକ୍‌ଚର ଶଶି ଭୂଷଣ ଅବ୍ରୋଲଙ୍କ ପରିବାର ଅବସ୍ଥା ଆଖି ରେ ଦେଖି ହେବନି । ଗୋଟେ ପଟେ ସ୍ତ୍ରୀ ବରବାଚୌଥ ବ୍ରତ ରଖିଥିବା ବେଳେ, ଅନ୍ୟପଟେ ସ୍ୱାମୀର ଜୀବନ ନେଇଯାଇଛନ୍ତି ଆତଙ୍କବାଦୀ । ବ୍ରତ ଭାଙ୍ଗିବାକୁ ଯେତେବେଳେ ଶଶି ଭୂଷଣଙ୍କ ସ୍ତ୍ରୀ ତାଙ୍କୁ ଫୋନ କରିଥିଲେ ସେତେବେଳେ ଶଶି ଭୂଷଣ ତାଙ୍କ ଫୋନ୍ ଉଠାଇନଥିଲେ । ଆଉ ପରେ ତାଙ୍କ ମୃତ୍ୟୁ ଖବର ପୁରା ଟିଭିରେ ଦେଖି ସ୍ତବ୍ଧ ହୋଇପଡିଥିଲା ପୁରା ପରିବାର ।

Advertisement

ଅନ୍ୟପଟେ ଶଶି ଭୂଷଣଙ୍କ ୬ ବର୍ଷର ଝିଅ କାନ୍ଦି କାନ୍ଦି କହିଥିଲା ଆତଙ୍କବାଦୀ ମାନେ ବୋହୁତ ଖରାପ୍ । କାହିଁକି ମୋ ବାପାଙ୍କୁ ହତ୍ୟା କଲ ? କୁନି ଝିଅର ଏହି ବିକଳ ପ୍ରଶ୍ନରେ ଦର୍ଶକଙ୍କ ଛାତି ଫାଟିପଡିଲା ବଲି ଲାଗୁଥିବ । ନିଜ ସରଳ ମୁହଁରେ କିପରି ସେ ସାହସତାର ସହ ତା ବାପାଙ୍କ ହତ୍ୟାକାରୀକୁ ପ୍ରଶ୍ନ କରିଥିଲା ତା ସତରେ ଚିନ୍ତନୀୟ ।

Leave a Reply

Your email address will not be published. Required fields are marked *