Pratidin TV

Odisha's Digital News Platform

ସ୍ପଷ୍ଟ ହେଲା ବାତ୍ୟା ଦାନା , ଜାଣନ୍ତୁ କେତେ ଭୟଙ୍କର ବାତ୍ୟା ” ଦାନା?

1 min read

ସାମ୍ନାକୁ ଆସିଲା ବାତ୍ୟା ଦାନାର ସ୍ପଷ୍ଟ ଚିତ୍ର । ରାଜ୍ୟରେ ପାଦ ଥାପିବା ଆଗରୁ ଚେତାବନୀ ଦେଲାଣି ବାତ୍ୟା ଦାନା । କାତାର ଦ୍ୱାରା ନାମିତ ହୋଇଥିବା ଏହି ବାତ୍ୟା ଦାନା ବର୍ତ୍ତମାନ ବଙ୍ଗୋପସାଗରରେ ଦାନା ବାନ୍ଧୁଛି । ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇସାରିଲାଣି ଲଘୁଚାପ । ୨୩ ତାରିଖରେ ସଂଘଟିତ ହେବ ବାତ୍ୟା, ୨୪ରେ ଲ୍ୟାଣ୍ଡଫଲ ।

କେତେ ଭୟଙ୍କର ବାତ୍ୟା ? ୨୩ ତାରିଖରୁ ଉପକୂଳରେ ୪୦ କିଲୋମିଟର ବେଗରେ ପବନ । ୨୪ ତାରିଖ ରାତିରୁ ପବନର ବେଗ ବଢି ୧୦୦ରୁ ୧୨୦ କିଲୋମିଟର ରହିପାରେ। ୨୫ ତାରିଖ ସକାଳ ଯାଏ ୧୦୦ରୁ ୧୨୦ କିମି ବେଗରେ ପବନ ବହିବ । ତେବେ ଏଯାଏଁ ବାତ୍ୟାର ପ୍ରଭାବ କେତେ ରହିବ ତାହା ସ୍ପଷ୍ଟ ହୋଇନାହିଁ । ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସହ ୧୦୦ କିମି ବେଗରୁ ଅଧିକ ବୋହିବ ପବନ। ତେବେ ଏହାର ପ୍ରଭାବ ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଜଣା ପଡିନାହିଁ । ତେବେ ପାଣିପାଗ କହିଛି ଯେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଏହାର ପ୍ରଭାବ ଅଧିକ ରହିବ।

Advertisement

Leave a Reply

Your email address will not be published. Required fields are marked *