Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ଦେଲେ ଅଜବ ଆହ୍ୱାନ, କହିଲେ ନବ ଦମ୍ପତି ଜନ୍ମ କରନ୍ତୁ ୧୬ଟା ଛୁଆ !

1 min read

ମୁଖ୍ୟମନ୍ତ୍ରୀ ଦେଲେ ଅଜବ ଆହ୍ୱାନ । ଗୋଟିଏ କିମ୍ବା ଦୁଇଟି ଦୁହେଁ ୧୬ଟା ଲେଖାଏଁ ଛୁଆ ଜନ୍ମ ନବ ବିବାହିତ ଦମ୍ପତିଙ୍କୁ ଦେଲେ ପରାମର୍ଶ ।ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ଷ୍ଟାଲିନ୍‌ ଜନସଂଖ୍ୟା ବୃଦ୍ଧି ଓ ଅଧିକ ଛୁଆ ଜନ୍ମ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି।

ଚେନ୍ନାଇରେ ହିନ୍ଦୁ ଧାର୍ମିକ ବୋର୍ଡ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଷ୍ଟାଲିନ ଜନସଂଖ୍ୟା ବୃଦ୍ଧି ନେଇ ବୟାନ ଦେଇଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଏକ ଗଣବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ, ଏଠାରେ ୩୧ ଦମ୍ପତିଙ୍କ ଏକା ସଙ୍ଗେ ବିବାହ ହୋଇଥିଲା। ଏହି ସମୟରେ ଷ୍ଟାଲିନ ଏବେ ସମୟ ଆସି ଯାଇଛି ୧୬ ପ୍ରକାରର ସମ୍ପତ୍ତି ବଦଳରେ ୧୬ଟି ଛୁଆ ଜନ୍ମ କରନ୍ତୁ ବୋଲି ନବଦମ୍ପତିଙ୍କୁ ପରାମର୍ଶ ଦେଇଥିଲେ।

Advertisement

ସେ କହିଥିଲେ ଯେ, ପ୍ରଥମେ ବୟସ୍କ ଲୋକମାନେ ନବ ବିବାହିତ ଦମ୍ପତିଙ୍କୁ ୧୬ ପ୍ରକାରର ସମ୍ପତ୍ତି ପ୍ରାପ୍ତ କରିବାକୁ ଆଶୀର୍ବାଦ ଦେଉଥିଲେ। କିନ୍ତୁ ଏବେ ୧୬ ପ୍ରକାରର ସମ୍ପତ୍ତି ବଦଳରେ ୧୬ଟି ଛୁଆ ଜନ୍ମ କରିବାର ସମୟ ଆସିଯାଇଛି।

ସେ ଆହୁରି କହିଥିଳେ ଯେ, ‘ଯେତେବେଳେ ବୟସ୍କ ତଥା ଘରର ବଡ଼ମାନେ କହୁଥିଲେ ଯେ ତୁମେ ୧୬ଟି ସନ୍ତାନ ପ୍ରାପ୍ତ  କର, ଓ ସମୃଦ୍ଧ ଜୀବନଯାପନ କର,ସେତେବେଳେ ଏହାର ଅର୍ଥ ୧୬ ପିଲା ନୁହେଁ ବରଂ ୧୬ ପ୍ରକାରର ସମ୍ପତ୍ତି। ଯାହା ଲେଖକ ବିଶ୍ୱନାଥନ ତାଙ୍କ ପୁସ୍ତକରେ ବର୍ଣନା କରିଛନ୍ତି। ଗାଈ, ଘର, ପତ୍ନୀ, ସନ୍ତାନ, ଶିକ୍ଷା, ଜଜ୍ଞାସା, ଜ୍ଞାନ, ଅନୁଶାସନ, ଜମି, ଜଳ, ଦୀର୍ଘାୟୁ, ଯାନ, ସୁନା ବାହାନ, ସମ୍ପତ୍ତି, ଫସଲ ଏବଂ ପ୍ରଶଂସା। କିନ୍ତୁ ବର୍ତ୍ତମାନ ୧୬ ପ୍ରକାରର ସମ୍ପତ୍ତି ପାଇବାକୁ କେହି ଆପଣଙ୍କୁ ଆଶୀର୍ବାଦ ଦେଉ ନାହାଁନ୍ତି, ବରଂ ପର୍ଯ୍ୟାପ୍ତ ସନ୍ତାନ ଜନ୍ମ କରିବାକୁ ଏବଂ ସମୃଦ୍ଧ ଜୀବନଯାପନ ପାଇଁ ଆଶୀର୍ବାଦ କରୁଛନ୍ତି।’

ତେବେ ଷ୍ଟାଲିନଙ୍କ ପୂର୍ବରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଜନସଂଖ୍ୟା ବୃଦ୍ଧି ଉପରେ ଜୋର୍‌ ଦେଇଛନ୍ତି। ସମଗ୍ର ଦେଶରେ ମୁଖ୍ୟତଃ ଦକ୍ଷିଣ ଭାରତରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ। ଏପରି ସମୟରେ ଦେଶରେ ଯୁବବର୍ଗଙ୍କ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ରହିଛି। ତେଣୁ ବଡ଼ ପରିବାର କରିବା ଆବଶ୍ୟକ ଥିବା ସେ କହିଛନ୍ତି। ଦୁଇରୁ ଅଧିକ ଛୁଆ ଜନ୍ମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସେ ଏକ ଲୋଭନୀୟ ଅଫର ମଧ୍ୟ ଦେଇଛନ୍ତି। ଯାହାର ଅଧିକ ଛୁଆ ଥିବା ସେମାନେ ନିର୍ବାଚନ ଲଢ଼ି ପାରିବେ ବୋଲି ସେ ଲୋକଙ୍କୁ ଅଫର୍‌ ଦେଇଛନ୍ତି।ଆଉ ବର୍ତ୍ତମାନ ଷ୍ଟାଲିନ ମଧ୍ୟ  ଏଭଳି ଅଜବ ଆହ୍ୱାନ କରିଛନ୍ତି ।

Leave a Reply

Your email address will not be published. Required fields are marked *