Pratidin TV

Odisha's Digital News Platform

ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ:ଉପକୂଳ ଓଡ଼ିଶାରେ ଢାଳିବ ବର୍ଷା ..

1 min read

ସମ୍ଭାବ୍ୟ ବାତ୍ୟା ନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକାଙ୍କ ସୂଚନା। ସ୍ଥଳଭାଗରେ ପବନର ବେଗ ଆକଳନ ହୋଇନି। ଅବପାତରେ ପରିଣତ ହେବା ପରେ ଆକଳନ ହେବ। ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ ଆକଳନ ହୋଇଛି । କେଉଁଠି ଲ୍ୟାଣ୍ଡଫଲ୍‌ କରିବ ଅବପାତ ପରେ ଆକଳନ ହେବ । ସେପଟେ ଆଜି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଗକୁ ବଢୁଛି ଲୋ ପ୍ରେସର । ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରିବ । ଅଧିକ ଘନୀଭୂତ ହୋଇ କାଲି ଅବପାତର ରୂପ ନେବ । ୨୩ ତାରିଖରେ ସୃଷ୍ଟି ହୋଇପାରେ ବାତ୍ୟା । ତେବେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ନାଁ ରଖାଯାଇଛି ‘ଦାନା’। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ସକାଳେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ।

ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ୨୩ ତାରିଖରୁ ରାଜ୍ୟରେ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବା ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ। ତା’ସହ ପବନ ମଧ୍ୟ ବହିବ। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ମନା କରାଯାଉଛି । ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ବାତ୍ୟାର ଗତିପଥ କଣ ରହିବ, କେଉଁଠି ସ୍ଥଳଭାଗ ଛୁଇଁବ, ତାହା ସ୍ପଷ୍ଟ ହେବ।

Advertisement

Leave a Reply

Your email address will not be published. Required fields are marked *