Pratidin TV

Odisha's Digital News Platform

ତୁଟିଲା ଭାରତ -ଚାଇନା ସୀମା ବିବାଦ ! ପାଟ୍ରୋଲିଂକୁ ନେଇ ହେଲା ଗୁରୁତ୍ୱପୂର୍ଣ୍ଣ ବୁଝାମଣା..

1 min read

ପ୍ରକୃତ ନିୟନ୍ତ୍ରଣ ରେଖା କୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦରେ ପଡିଛି ପୂର୍ଣ୍ଣଛେଦ।ନିଆଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବୈଦେଶିକ ସଚିବ ବିକ୍ରମ ମିସ୍ରି ଘୋଷଣା କରିଛନ୍ତି ଯେ ନିକଟରେ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଏଲଏସିରେ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଏକ ବୁଝାମଣା ହୋଇଛି।

ଗତ କିଛି ସପ୍ତାହ ମଧ୍ୟରେ ହୋଇଥିବା ଆଲୋଚନା ଫଳରେ ଭାରତ-ଚୀନ ସୀମାରେ ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ବୁଝାମଣା ହୋଇଛି ଏବଂ ଏହା ୨୦୨୦ରେ ଏହି ଅଞ୍ଚଳରେ ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ସହାୟକ ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି, ଚୀନ୍ ସହ ଆଲୋଚନା ହେଉଥିବା ପ୍ରସଙ୍ଗରେ ଆମେ ବୁଝାମଣାରେ ପହଞ୍ଚିଛୁ। ଏହି ଘଟଣା ଶେଷରେ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିବ ବୋଲି ଆଶା କରାଯାଉଛି।ଗତ କିଛି ସପ୍ତାହ ମଧ୍ୟରେ ହୋଇଥିବା ଆଲୋଚନା ଫଳରେ ଭାରତ-ଚୀନ ସୀମାରେ ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ବୁଝାମଣା ହୋଇଛି ଏବଂ ଏହା ୨୦୨୦ରେ ଏହି ଅଞ୍ଚଳରେ ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ସହାୟକ ହେଉଛି।

Advertisement

ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ନିକଟରେ ହୋଇଥିବା ଆଲୋଚନା ପରେ ଭାରତ ଏବଂ ଚାଇନା ପୂର୍ବ ଲଦାଖ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ରେ ପେଟ୍ରୋଲିଂ ପାଇଁ ସହମତି ହୋଇଛି। ଏହାପରେ ଦୁଇ ଦେଶ ମଧ୍ୟରେ ସୀମାରେ ବିବାଦ ଶାନ୍ତ ପଡିବା ନେଇ ଆଶା କରାଯାଉଥିବା ବୈଦେଶିକ ସଚିବ କହିଛନ୍ତି।

ସୂଚନାଯୋଗ୍ୟ ୨୦୨୦ ଜୁନ ୧୫-୧୬ ରେ ଭାରତୀୟ ସେନା ଏବଂ ଚାଇନାର ସୈନିକ ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତର ୨୦ ସୈନିକଙ୍କ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ଦୁଇଗୁଣା ସଂଖ୍ୟାରେ ଚାଇନାର ସୈନିକ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି ଏହାର ସୈନିକଙ୍କ ମୃତାହତ ବିଷୟରେ କୌଣସି ସୂଚନା ଦେଇ ନଥିଲା।

Leave a Reply

Your email address will not be published. Required fields are marked *