Pratidin TV

Odisha's Digital News Platform

ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି; ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ, ଜିନପିଙ୍ଗଙ୍କ ସହ ମୋଦିଙ୍କର ଆଲୋଚନାକୁ ନେଇ ସମସ୍ତଙ୍କ ନଜର

1 min read

୧୬ ତମ ବ୍ରିକ୍ସ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ତାରିଖ ଅର୍ଥାତ ମଙ୍ଗଳବାର ଦିନ ୨ ଦିନିଆ ଗସ୍ତରେ ଋଷ ଅଭିମୁଖେ ଯାତ୍ରା କରିବେ । କାଜାନରେ ୨୨ରୁ ୨୪ ଯାଏ ୧୬ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। 

ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଭାରତ, ରୁଷ, ଚୀନ୍ ଓ ଦକ୍ଷିଣ ଆଫ୍ରିକାର ଶୀର୍ଷ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅଲ ଇଣ୍ଡିଆ ରେଡିଓ ଦ୍ୱାରା ପ୍ରକାଶିତ ଏକ ଭିଡିଓ ରିଲିଜ କରି ସୂଚନା ଦିଆଯାଇଛି। ଦକ୍ଷିଣ ଏସିଆରେ ଭାରତର ବଢ଼ୁଥିବା ସ୍ଥିତିକୁ ବିଚାରକୁ ନେଇ ପିଏମ ମୋଦୀଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିବେ। ଆଜି ପ୍ରଧାନମୋନ୍ତ୍ରୀ ମୋଦି ରୁଷରେ ପହଞ୍ଚିବେ, ଆସନ୍ତାକାଲି ଅର୍ଥାତ୍ ୨୩ ଅକ୍ଟୋବରରେ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେହିଦିନ ନୂଆଦିଲ୍ଲୀ ଫେରିଆସିବେ। ତେବେ ମୋଦୀ-ଜିନପିଙ୍ଗଙ୍କ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ଏହାର କାରଣ ହେଉଛି ଏହି ସମ୍ମିଳନୀ ପୂର୍ବରୁ ଭାରତ ଏବଂ ଚୀନ୍ ମଧ୍ୟରେ LAC ଉପରେ ଗାଲୱାନ୍ ପେଟ୍ରୋଲିଂ ସମ୍ପର୍କରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। 2020 ର ଗାଲୱାନ୍ ସଂଘର୍ଷ ପରେ ପ୍ରଥମ ଥର ପାଇଁ ଉଭୟ ଦେଶ ପେଟ୍ରୋଲିଂ ପାଇଁ ସହମତ ହୋଇଛନ୍ତି।

Advertisement

ରୁଷର କାଜାନ ସହରରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଋଷ ଗସ୍ତ ସମୟରେ ଭାରତ ଏବଂ ଚୀନ୍ ଉପରେ ସବୁଠାରୁ ଅଧିକ ଧ୍ୟାନ ଦିଆଯିବ। ତେବେ LAC ଉପରେ ପାଟ୍ରୋଲିଂ ସମ୍ପର୍କରେ ଭାରତ ଏବଂ ଚୀନ୍ ମଧ୍ୟରେ ଚୁକ୍ତିନାମା ପରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତିଙ୍କୁ ଭେଟିବାର ସମ୍ଭାବନା ବଢିଛି । ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନେକ ଦ୍ୱିପାକ୍ଷିକ ବୈଠକ କରିବେ।

ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଂଶଗ୍ରହଣ ଏବଂ ଏହାର ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ସମ୍ପର୍କରେ ସ୍ୱରାଷ୍ଟ୍ର ବିଭାଗ ସୂଚନା ବାଣ୍ଟିଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ ଭାରତ ବିଶ୍ୱର ବହୁମୁଖୀତା ଏବଂ ବ୍ରିକ୍ସରେ ବିଶ୍ୱର ଚ୍ୟାଲେଞ୍ଜର ମୁକାବିଲା କରିବ। ଚୀନ୍‌ର ସି ଜିନପିଙ୍ଗ, ତୁର୍କୀର ରିସେପ୍‌ ତାଇପ ଏରଡୋଗାନ୍‌ ଏବଂ ଇରାନର ମାସୁଦ ପେଜେଶକିଆନନଙ୍କ ସମେତ ମୋଦୀ ଅନେକ ବିଶ୍ୱ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି। ସେ କିଛି ବ୍ରିକ୍ସ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିପାରିବେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦ୍ୱିପାକ୍ଷିକ ବୈଠକ କରିବେ। ୟୁକ୍ରେନ ଯୁଦ୍ଧ ବିଷୟରେ ମଧ୍ୟ ଆଲୋଚନା କରାଯାଇପାରେ।

ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦ୍ୱିପାକ୍ଷିକ ବୈଠକ କରିପାରିବେ। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତକରଣ ନାହିଁ। 2030 ସୁଦ୍ଧା ଋଷ ସହିତ ୧00 ବିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟର ଲକ୍ଷ୍ୟ ହାସଲ କରିବାକୁ ଭାରତ ଲକ୍ଷ୍ୟ ରଖିଛି, ଯାହା ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶେଷ ଗସ୍ତ ସମୟରେ ସ୍ଥିର ହୋଇଥିଲା। ଏହା ଉପରେ ମଧ୍ୟ ଆଲୋଚନା ହେବାର ଆଶା ଅଛି |

Leave a Reply

Your email address will not be published. Required fields are marked *